ETV Bharat / state

ଅଧାରାସ୍ତାରୁ ଭୋଟ ବାକ୍ସ କାଢ଼ିଲେ କର୍ମଚାରୀ, ଅଟକ ରଖିଲେ ସ୍ଥାନୀୟ ଲୋକ

author img

By

Published : Feb 20, 2022, 10:25 PM IST

ଅଧାରାସ୍ତାରୁ ଭୋଟ ବାକ୍ସ କାଢ଼ିଲେ କର୍ମଚାରୀ, ଅଟକ ରଖିଲେ ସ୍ଥାନୀୟ ଲୋକ
ଅଧାରାସ୍ତାରୁ ଭୋଟ ବାକ୍ସ କାଢ଼ିଲେ କର୍ମଚାରୀ, ଅଟକ ରଖିଲେ ସ୍ଥାନୀୟ ଲୋକ

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମରେ ଭୋଟ ବାକ୍ସ ରଖାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମକୁ ନିଆଯିବା ବାଟରେ ଅନ୍ୟ ଏକ ସ୍ଥାନରେ ଭୋଟ ବାକ୍ସ ଗୁଡିକୁ କଢ଼ା ଯାଇଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମରେ ଭୋଟ ବାକ୍ସ ରଖାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ତେନ୍ତୁଳିପଦାର ଏକ ବୁଥ୍‌ରେ ଭୋଟ ଗ୍ରହଣ ଶେଷ ହେବାପରେ ଭୋଟ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ ରୁମକୁ ନିଆଯିବା ବାଟରେ ଅନ୍ୟ ଏକ ସ୍ଥାନରେ ଭୋଟ ବାକ୍ସ ଗୁଡିକୁ କଢ଼ା ଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଅଧାରାସ୍ତାରୁ ଭୋଟ ବାକ୍ସ କାଢ଼ିଲେ କର୍ମଚାରୀ, ଅଟକ ରଖିଲେ ସ୍ଥାନୀୟ ଲୋକ

କେଉଁ କାରଣରୁ ବାଟରେ ଭୋଟ ବାକ୍ସ ଗୁଡ଼ିକ କଢା ଯାଇଥିଲା, ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିବା ସହ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ଘେରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ତିର୍ତ୍ତୋଲ ଥାନା ପୋଲିସ ଓ ବିଡିଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ।

ତେବେ କଂଗ୍ରେସ ପକ୍ଷରୁ ଏହାକୁ ନେଇ ରାସ୍ତା ଅବରୋଧ କରାଯିବା ସହ ଭୋଟବାକ୍ସ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ବୁଝାସୁଝା କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.