ETV Bharat / state

ଜମି ପାଣି ନିଷ୍କାସନକୁ ନେଇ ରାସ୍ତାରୋକ

author img

By

Published : Aug 5, 2019, 10:02 PM IST

ଜମି ପାଣି ନିଷ୍କାସନକୁ ନେଇ ସୋମବାର ଜଗତସିଂହପୁର ଜିଲ୍ଲା  ତିର୍ତ୍ତୋଲର ତେନ୍ତୁଲିପଦା ନିକଟରେ ସ୍ଥାନୀୟ ଲୋକ କଟକ ପାରାଦୀପ ମୁଖ୍ୟରାସ୍ତାକୁ ଅବରୋଧକୁ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗସିଂହପୁର

ଜଗତସିଂହପୁର: ଜମି ପାଣି ନିଷ୍କାସନକୁ ନେଇ ରାସ୍ତାରୋକ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ତେନ୍ତୁଲିପଦା ନିକଟରେ ସ୍ଥାନୀୟ ଲୋକ ଜମି ପାଣି ନିଷ୍କାସନକୁ ନେଇ କଟକ ପାରାଦୀପ ମୁଖ୍ୟରାସ୍ତାକୁ ଅବରୋଧକୁ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗସିଂହପୁର

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ତିର୍ତ୍ତୋଲ ଥାନା ତେନ୍ତୁଳିପଦା ନିକଟରେ ଧାନ ଜମିକୁ ପାଣି ନିଷ୍କାସନ ନେଇ ଗ୍ରାମବାସୀଙ୍କ ସହ ଜୈନିକ ବ୍ୟକ୍ତିଙ୍କ ବିବାଦ ହୋଇଥିଲା । ତେବେ ଜୈନିକ ବ୍ୟକ୍ତି ଧାନଜମିକୁ ପ୍ରବାହିତ ଜଳସ୍ରୋତ ଉପରେ ଘର ନିର୍ମାଣ କରୁଥିଲେ । ଯାହାକୁ ବିରୋଧ କରିଥିଲେ ଗ୍ରାମବାସୀ ।

ତେବେ ଜୈନିକ ବ୍ୟକ୍ତି ଜଣଙ୍କ ଗ୍ରାମବାସୀଙ୍କ କଥାକୁ ଖାତିର୍ କରୁନଥିବାରୁ ଏହି ଘଟଣାକୁ ନେଇ ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଏଥିରେ କିଛି ସୁଫଳ ନପାଇବାରୁ ସୋମବାର ସ୍ଥାନୀୟ ଲୋକ କଟକ ପାରାଦୀପ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି।

ଏପଟେ ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପାଇଁ ଉଦ୍ୟମ ଜାରି ରଖିଛି ।


ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ତିର୍ତ୍ତୋଲ ର ତେନ୍ତୁଲିପଦା ନିକଟରେ ଜମିପାଣି ନିସ୍କାସନ କୁ ନେଇ ସ୍ତାନିୟ ଲୋକେ ରାସ୍ତାରୋକ କରିଛନ୍ତି।ଘଟଣା ସ୍ଥଳରେ ପୋଲିସ୍ ପହଛି ଲୋକଙ୍କୁ ବୁଝାସୁଝା କରୁଛି। ପୋଲିସି ସୂଚନା ଅନୁସାରେ ତିର୍ତ୍ତୋଲଥାନା ତେନ୍ତୁଳିପଦା ନିକଟରେ ଧାନଜମି କୁ ପାଣୀ ଯିବାକୁ ନେଇ ଗ୍ରମବାସୀ ଙ୍କ ସହ ଜୈନିକ ବ୍ୟକ୍ତି ଙ୍କର ବିବାଦ ହୋଇଥିଲା।ଜୈନିକ ବ୍ୟକ୍ତି ଧାନଜମିକୁ ପ୍ରବାହିତ ଜଳଶ୍ରୋତ ଉପରେ ଘର ନିର୍ମାଣ କରୁଥିଲେ ।ଏହାକୁ ନେଇ ଗ୍ରମବାସୀ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ନପାଇବାରୁ ଆଜି କଟକ ପାରାଦୀପ ମୁଖ୍ୟରାସ୍ତା କୁ ଅବରୋଧ କରିଥିଲେ।ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଛି ଲୋକଙ୍କୁ ବୁଝାସୁଝା କରିବାପାଇଁ ଉଦ୍ୟମ କରୁଛିBody:ଜଗତସିଂହପୁରConclusion:ଜଗତସିଂହପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.