ETV Bharat / state

JSW Project: ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି, ୮୨ ଡ଼ିସିମିଲ ଜମି ଅଧିଗ୍ରହଣ

author img

By

Published : Jan 8, 2022, 8:49 PM IST

Updated : Jan 8, 2022, 8:55 PM IST

JSW Project: Adminstration continue Acquisition work of pan baraj in Dhinkia
JSW Project: ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରୀ, 82 ଡ଼ିସିମିଲ ଜମି ଅଧିଗ୍ରହଣ

ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ପାନ ବରଜ ଭାଙ୍ଗିବା ଜାରି ରଖିଛି ଜିଲ୍ଲା ପ୍ରଶାସନ । ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଜାରି । ଅଧିକ ପଢନ୍ତୁ

ଜଗତସିଂହପୁର: ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ପାନ ବରଜ ଭାଙ୍ଗିବା ଜାରି ରଖିଛି ଜିଲ୍ଲା ପ୍ରଶାସନ । ଢ଼ିଙ୍କିଆ ପଞ୍ଚାୟତର ପାଟଣା, ମାହାଳ ଓ ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ ଜାରି ରହିଛି ।

JSW Project: ଢ଼ିଙ୍କିଆରେ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି, ୮୨ ଡ଼ିସିମିଲ ଜମି ଅଧିଗ୍ରହଣ

ଏହାମଧ୍ୟ ପଢନ୍ତୁ: JSW Project: ଢ଼ିଙ୍କିଆରେ ବିରୋଧୀଙ୍କ ପଦଯାତ୍ରା

ସେହିପରି ଗୋବିନ୍ଦପୁର ଗାଁରେ ପାନବରଜ ଭଙ୍ଗା ଯାଇଥିବା ଜମିରେ ଗଛ କଟା ନେଇ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଗଛ ଚିହ୍ନଟ କରାଯାଇଛି । ଏହାମଧ୍ୟରେ ସଜନା, ଆମ୍ବ, ପଣସ, କାଜୁ, କଦଳୀ ଭଳି ବିଭିନ୍ନ ପ୍ରକାରର ଫଳନ୍ତି ବୃକ୍ଷ ରହିଛି ।

ତେବେ ତାହା ଉଦ୍ୟାନ ବିଭାଗ ପକ୍ଷରୁ ମୂଲ୍ୟାୟନ କରାଯିବା ପରେ ସମ୍ପୁକ୍ତ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଜି ସୁଦ୍ଧା ୨୭୦ ରୁ ଊର୍ଦ୍ଧ୍ବ ପାନବରଜ ମାପଚୁପ କରାଯାଇଥିବାବେଳେ ୮୨ ଡିସିମିଲରୁ ଊର୍ଦ୍ଧ୍ବ ଜମି ଅଧିଗ୍ରହଣ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Jan 8, 2022, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.