ETV Bharat / state

ହାଣ୍ଡିଆ ଗ୍ରାମବାସୀଙ୍କ ଧାରଣା, ବିଧାୟକଙ୍କ ଉପରେ ବର୍ଷିଲେ ଗ୍ରାମବାସୀ

author img

By

Published : Aug 15, 2023, 11:36 AM IST

ସ୍ଥାୟୀ ନିୟୁକ୍ତି ଓ ମୌଳିକ ସୁବିଧା ଯୋଗାଇ ଦେବା ନେଇ ହାଣ୍ଡିଆ ଗ୍ରାମବାସୀଙ୍କ ଧାରଣା । ଏଥିସହ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପରେ ବର୍ଷିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

handia villagers protest
handia villagers protest

handia villagers protest

ଜଗତସିଂହପୁର : ପ୍ରତିଶ୍ରୁତି ନାଁରେ ପ୍ରତାରଣା । ସ୍ଥାୟୀ ନିୟୁକ୍ତି ଓ ମୌଳିକ ସୁବିଧା ଯୋଗାଇ ଦେବା କଥା କହି ଲୋକଙ୍କୁ ଠକି ଦେଲା ମିତଲ କମ୍ପାନୀ । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଉପକଣ୍ଠ ହାଣ୍ଡିଆ ଗ୍ରାମବାସୀ ଧାରଣା ଦେବା ସହ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପରେ ବର୍ଷିଛନ୍ତି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ମିତ୍ତଲ କମ୍ପାନୀ ସେମାନଙ୍କ ଭିଟାମାଟି ଛଡାଇ ନେଇଛି । କମ୍ପାନୀ ଜମି ଅଧିଗ୍ରହଣ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ଜମି ନେଇଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ କରିନାହିଁ । ଜମି ଅଧିଗ୍ରହଣ ସମୟରେ ଜିଲ୍ଲା ପ୍ରଶାସନ ସମ୍ମୁଖରେ କମ୍ପାନୀ ପ୍ରତିଶ୍ରୁତି ଦେଇଥିଲେ ଯେ କମ୍ପାନୀ ପାଇଁ ବିସ୍ଥାପିତ ହେଉଥିବା ଗ୍ରାମବାସୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କମ୍ପାନୀରେ ଚାକିରି ଦିଆଯିବ । ଏଥି ସହିତ ଭିଟାମାଟି ହରାଇଥିବା ପରିବାରଙ୍କୁ ଅନ୍ୟତ୍ର ବାସପଯୋଗୀ ଜମି ଯୋଗାଇ ଦିଆଯିବ । ତାହା କିନ୍ତୁ ମିତ୍ତଲ କମ୍ପାନୀ କରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଦୀର୍ଘ 6 ମାସ ହେବ ହାଣ୍ଡିଆ ଗ୍ରାମବାସୀମାନେ ପିଲା ଛୁଆଙ୍କୁ ଧରି ଧାରଣାରେ ବସିଥିଲେ ମଧ୍ୟ ପ୍ରଶାସନ କିମ୍ବା କମ୍ପାନୀ କତ୍ତୃପକ୍ଷ ବିସ୍ଥାପିତଙ୍କ ସହ ଆଲୋଚନା କରୁ ନଥିବା ଅଭିଯୋଗ ହୋଇଛି । ଅପର ପକ୍ଷରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ପାରାଦ୍ୱୀପରେ ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ପ୍ରୟାସ କରୁଥିବା କହିଥିଲେ । ଯାହାକୁ ନେଇ ହାଣ୍ଡିଆ ଗ୍ରାମବାସୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ଦୀର୍ଘ 6 ମାସ ହେବ ନିଜ ହକ୍‌ ପାଇଁ ଲଢେଇ କରୁଥିବା ବେଳେ ଦିନେ ବି ବିଧାୟକ ସମ୍ବିତ ରାଉତରାୟ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହା ଦୁଃଖ ଓ ପରିତାପର ବିଷୟ, ବିଧାୟକ କମ୍ପାନୀ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟିଲେ ମିତ୍ତଲ ଷ୍ଟିଲ ପ୍ଲାଣ୍ଟର ପ୍ରତିନିଧି ଦଳ

ଏନେଇ ଗ୍ରାମବାସୀ କହିଛନ୍ତି, "ଆମେ ୧୪ ବର୍ଷ ହେଲାଣି ଗୋଟିଏ ଦାବି କରିଆସିଛୁ । ଆମକୁ ଜିଲ୍ଲା ପ୍ରଶାସନ ସ୍ଥାୟୀ ନିୟୁକ୍ତି ଓ ମୌଳିକ ସୁବିଧା ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ପୂରଣ କଲେନି । ଯାହାକୁ ନେଇ ଆଜି ଆମେ ପୁଣି ଥରେ ଦାବି କରିଛୁ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.