ଅବସର ନେଲା ଯୁଦ୍ଧ ଜାହାଜ ICGS ସରୋଜିନୀ ନାଇଡୁ

author img

By

Published : Nov 27, 2022, 10:36 AM IST

ୱାଟର ଜେଟ ଜାହାଜକୁ ଗାର୍ଡ ଅଫ ଅନର

ଭାରତୀୟ ତଟରଖି ବାହିନୀର ଯୁଦ୍ଧ ଜାହାଜ, ICGS ସରୋଜିନୀ ନାଇଡୁକୁ ଅବସର ଦିଆଯାଇଛି । ଭାରତୀୟ ନୌସେନା ପକ୍ଷରୁ 2021 ମସିହାରେ ଏହି ଯୁଦ୍ଧ ଜାହାଜକୁ ସାମିଲ କରାଯାଇଥିଲା । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଭାରତୀୟ ତଟରଖି ବାହିନୀର ଯୁଦ୍ଧ ଜାହାଜ, ICGS ସରୋଜିନୀ ନାଇଡୁକୁ ଅବସର ଦିଆଯାଇଛି । ଭାରତୀୟ ନୌସେନା ପକ୍ଷରୁ 2021 ମସିହାରେ ଏହି ଯୁଦ୍ଧ ଜାହାଜକୁ ସାମିଲ କରାଯାଇଥିଲା । ଏହା ଭାରତୀୟ ନୌବାହିନୀର ୱାଟର ଜେଟ ସିରିଜିର ଏକ ଶକ୍ତିଶାଳୀ ଜାହାଜ ଭାବରେ କାର୍ଯ୍ୟକରି ଆସୁଥିଲା ।

ୱାଟର ଜେଟ ଜାହାଜକୁ ଗାର୍ଡ ଅଫ ଅନର

ଉପକୂଳ ସୁରକ୍ଷା ଓ ଭାରତୀୟ ଜଳ ସୀମା ସୁରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିଲା । ଏହି ଜାହାଜକୁ ବିଦାୟକାଳୀନ ଅବସରରେ ପ୍ୟାରେଡ ସହ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ଏକ ସମ୍ମିଳିତ ପ୍ୟାରେଡ଼ ଆୟୋଜନ କରାଯାଇଥିଲା । ଏଥିରେ ଜାହାଜ କମଣ୍ଡାଣ୍ଟ ଜଗନ୍ନାଥ ବେହେରା, କୋଷ୍ଟଗାର୍ଡ ଡିଆଇଜି ୱାଇ କେ ସିଂହଙ୍କ ସମେତ ବହୁ ନୌବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଜାହାଜଟି ଗୋଆର ସିପି ୟାର୍ଡ ଲିମିଟେଡ଼ ଦ୍ୱାରା ନିର୍ମିତ ହୋଇଥିଲା । 2002 ମସିହାରେ ଏହାକୁ ଜଳାବତାରଣ କରାଯାଇଥିଲା । ତେବେ ଗତକାଲି ଏହାକୁ କାର୍ଯ୍ୟରୁ ଅବସର ଦିଆଯାଇଛି । ପାରାଦ୍ୱୀପ, ଭାରତୀୟ ତଟରଖି ବାହିନୀର ଯୁଦ୍ଧ ଜାହାଜ, ICGS ସରୋଜିନୀ ନାଇଡୁକୁ ଅବସର ଦିଆଯାଇଛି । ଭାରତୀୟ ନୌସେନା ପକ୍ଷରୁ 2021 ମସିହାରେ ଏହି ଯୁଦ୍ଧ ଜାହାଜକୁ ସାମିଲ କରାଯାଇଥିଲା ।

ଏହାମଧ୍ୟ ପଢ଼ନ୍ତୁ.ପାରାଦ୍ବୀପରେ ଯୁଦ୍ଧ ଜାହାଜ INS ଘରିଆଲ, ନୌସେନାର ସ୍ବାସ୍ଥ୍ୟ କ୍ୟାମ୍ପ୍‌

ଏହା ଭାରତୀୟ ନୌ ବାହିନୀର ୱାଟର ଜେଟ ସିରିଜିର ଏକ ଶକ୍ତିଶାଳୀ ଜାହାଜ ଭାବରେ କାର୍ଯ୍ୟକରୀ ଆସୁଥିଲା । ଏହି ଜାହାଜ ଉପକୂଳ ସୁରକ୍ଷା ଓ ଭାରତୀୟ ଜଳ ସୀମା ସୁରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.