ପାରାଦ୍ବୀପରେ ଯୁଦ୍ଧ ଜାହାଜ INS ଘରିଆଲ, ନୌସେନାର ସ୍ବାସ୍ଥ୍ୟ କ୍ୟାମ୍ପ୍‌

author img

By

Published : Nov 22, 2022, 4:56 PM IST

war vessel INS Gharial reached to Paradip port for two days health camp

ପାରାଦ୍ବୀପ ବନ୍ଦରରେ ଲାଗିଲା ଭାରତୀୟ ନୌସେନାର ପ୍ରମୁଖ ଯୁଦ୍ଧ ଜାହାଜ INS ଘରିଆଲ । ନୌସେନା ଆୟୋଜନ କରିଛି ସ୍ବାସ୍ଥ୍ୟ କ୍ୟାମ୍ପ୍‌ । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ପାରାଦ୍ବୀପ ବନ୍ଦରରେ ଲାଗିଲା ଭାରତୀୟ ନୌସେନାର ପ୍ରମୁଖ ଯୁଦ୍ଧ ଜାହାଜ INS ଘରିଆଲ(war vessel INS Gharial) । ମଙ୍ଗଳବାର ସକାଳୁସକାଳୁ ପାରାଦ୍ବୀପ ସମୁଦ୍ର କୂଳରେ ଏହି ଯୁଦ୍ଧ ଜାହାଜକୁ ଦେଖିବାକୁ ମିଳିଥିଲା । ଏହି ଜାହାଜରେ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହ ଅନେକ ଡାକ୍ତର ଆସିଥିବା ଜଣା ପଡ଼ିଛି ।

ପାରାଦ୍ବୀପରେ ଯୁଦ୍ଧ ଜାହାଜ INS ଘରିଆଲ, ସ୍ବାସ୍ଥ୍ୟ କ୍ୟାମ୍ପ୍‌ ପାଇଁ ଯୁଦ୍ଧ ଜାହାଜରେ ବିକଶିତ ସ୍ବାସ୍ଥ୍ୟସେବା

ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ବିକଶିତ ଚିକିତ୍ସା ବ୍ୟବସ୍ଥା ରହିଛି । ବିଶାଖାପାଟଣାରୁ ଏହି ଜାହାଜ ଆଜି ପାରାଦ୍ବୀପ ବନ୍ଦରରେ ପହଞ୍ଚିଛି । ଭାରତୀୟ ନୌସେନା ଦିବସ ଉପଲକ୍ଷେ ପାରାଦ୍ବୀପରେ ଏକ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ଆୟୋଜନ କରାଯାଇଛି । ଆଜି ଓ କାଲି ଦୁଇ ଦିନ ଧରି ଏହି କ୍ୟାମ୍ପ ଚାଲିବ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ।

INS ଘରିଆଲରେ 4ଟି କଣ୍ଟେନରରେ, ଅପରେସନ, ICU, ଆଇସୋଲେସନ ୱାର୍ଡ ଓ ରୋଗୀଙ୍କୁ ଆଡ୍‌ମିଟ କରିବା ପାଇଁ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ପାରାଦ୍ବୀପ ଓ ତାର ଆଖପାଖ ଅଞ୍ଚଳର ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇ ଦେବାପାଇଁ ଏହି ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଏହାର ଫାଇଦା ଉଠାଇବାକୁ ନୌସେନା ଅଧିକାରୀ କହିଛନ୍ତି ।

ପାରାଦ୍ବୀପ ଆଖପାଖ ଗ୍ରାମରୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ନୌସେନା ପକ୍ଷରୁ ଏହି ପ୍ରୟାସ କରାଯାଇଛି । ଆୟୋଜିତ କ୍ୟାମ୍ପ୍‌ରେ ଅଧିକରୁ ଅଧିକ ଲୋକେ ସାମିଲ ହେବାକୁ ପୂର୍ବ ନୌସେନା କମାଣ୍ଡ ମେଡିକାଲ ଅଫିସର । ସ୍ବାସ୍ଥ୍ୟ କ୍ୟାମ୍ପ୍‌ ପାଇଁ ଯୁଦ୍ଧ ଜାହାଜ INS ଘରିଆଲକୁ ଏକ ମେଡିକାଲରେ ପରିଣତ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.