ETV Bharat / state

ଗଡବିଶୁନପୁର ଉପନିର୍ବାଚନ: ଭୋଟ ଗଣତି ଶେଷ, ଘୋଷଣା ହେଲା ଫଳାଫଳ

author img

By

Published : May 4, 2023, 9:41 PM IST

ଗତ ୨ ତାରିଖରେ ଜଗତସିଂହପୁର ଏରସମା ବ୍ଲକ ଗଡବିଶୁନପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପଡ଼ିଥିଲା ଭୋଟ । ତେବେ ଆଜି ସନ୍ଧ୍ୟା ସମୟରେ ଭୋଟ ଗଣତି ଶେଷ ହୋଇଥିବା ବେଳେ ଫଳାଫଳ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

Gadabishunpur by poll
Gadabishunpur by poll

ଗଡବିଶୁନପୁର ଉପନିର୍ବାଚନ: ଭୋଟ ଗଣତି ଶେଷ, ଘୋଷଣା ହେଲା ଫଳାଫଳ

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡବିଶୁନପୁର ପଞ୍ଚାୟତରେ ଗତ ୨ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ସନ୍ଧ୍ୟାରେ ଏରସମା ବ୍ଲକ ପରିସରରେ ଫଳାଫଳ ଘୋଷଣା କରାଯାଇଛି । ସରପଞ୍ଚ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ରାଜେଶ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ରାଜେଶ କୁମାର ପ୍ରଧାନ ୫୧୩ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କାମଦେବ ପ୍ରଧାନଙ୍କୁ ହରାଇଥିବା ଜଣାପଡିଛି।

ଗଡବିଶୁନପୁର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଗତ ୨ତାରିଖରେ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ରାଜେଶ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ରାଜେଶ କୁମାର ପ୍ରଧାନ ୫୧୩ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କାମଦେବ ପ୍ରଧାନଙ୍କୁ ହରାଇଥିବା ଜଣାପଡିଛି। ଗତବର୍ଷ ସେପ୍ଟେମ୍ବର ୨୪ତାରିଖରେ ତତ୍କାଳୀନ ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅକାଳ ମୃତ୍ୟୁ ଯୋଗୁଁ ଗତ ୨ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ଏରସମା ବ୍ଲକ ପରସରରେ କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଇଥିଲା ।

ଭୋଟ ଗଣତିରେ କାମଦେବ ପ୍ରଧାନଙ୍କୁ ୧୭୩୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜୟୀ ରାଜେଶ କୁମାର ପ୍ରଧାନଙ୍କୁ ୨୨୪୪ଖଣ୍ଡ ଭୋଟ ମିଳିଥିଲା । ୫୧୩ଖଣ୍ଡ ଭୋଟରେ ରାଜେଶ କୁମାର ପ୍ରଧାନ ବିଜୟୀ ଘୋଷଣା ହେବା ପରେ ନବନିର୍ବାଚିତ ସରପଞ୍ଚଙ୍କ ସମର୍ଥକମାନେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଗଡବିଶୁନପୁର ପଞ୍ଚାୟତର ୧୭ଟି ୱାର୍ଡର ୪ହଜାର ୬ଶହ ୩୯ ଭୋଟର ୧୭ଟି ବୁଥରେ ଗତ 2ତାରିଖ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ୮୭ପ୍ରତିଶତ ମତଦାତା ସେମାନଙ୍କର ମତଦାନ କରିଥିଲେ।ଗତବର୍ଷ ସେପ୍ଟେମ୍ବର ମାସ ୨୪ତାରିଖରେ ଗଡବିଶୁନପୁର ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅକାଳ ମୃତ୍ୟୁ ହୋଇଥିବାରୁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢନ୍ତୁ- ଘାରିଲା ଖରାଦିନିଆ ବାତ୍ୟା ଆଶଙ୍କା, ଭୟଭୀତ ଜଗତସିଂହପୁରବାସୀ

ନିର୍ବାଚନରେ ଦିବଙ୍ଗତ ସରପଞ୍ଚଙ୍କ ପୁଅ ରାଜେଶ କୁମାର ପ୍ରଧାନ ସହ କାମଦେବ ପ୍ରଧାନଙ୍କ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା । ନିର୍ବାଚନ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ୧୭ଟି ପ୍ରିଜାଇଡିଂ ପାର୍ଟି, ୨୫ଜଣ ପୋଲିସ ଅଧିକାରୀ, ୧୭ ଜଣ କନେଷ୍ଟବଳ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ। କାଁ ଭାଁ ଗଣ୍ଡଗୋଳକୁ ଛାଡି ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା । ଆଜି ଏରସମା ବ୍ଲକ ପରିସରରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହୋଇଛି । ସୂଚନା ଥାଉ କି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧୀନରେ ଥିବା ଏହି ଅଞ୍ଚଳ ପ୍ରସ୍ତାବିତ ଜେଏସଡବ୍ଲ୍ୟୁକୁ ନେଇ ବହୁ ସମୟରେ ଚର୍ଚ୍ଚାରେ ରହି ଆସିଛି।

୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଏହି ପଞ୍ଚାୟତରେ ଲୋକେ ଧାନ ଚାଷ କରିବା ସହିତ ପାନ ଓ ମାଛ ଚାଷ ଜରିଆରେ ଜୀବିକା ନିର୍ବାହ କରିଥାନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ରମେଶ ଚନ୍ଦ୍ର ପ୍ରଧାନ ବିଜୟୀ ହୋଇଥିଲେ । ତେବେ ତାଙ୍କର ଗତ ୨୦୨୨ ମସିହାରେ ପରଲୋକ ହେବାପରେ ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡିଥିଲା । ତେବେ ଆଜି ଏହିଠାରେ ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ପଞ୍ଚାୟତଟି ଉତ୍ତେଜନା ପ୍ରବଣ ହୋଇଥିବା ବେଳେ ଭୋଟ ଗଣତି ସମୟରେ ବ୍ଲକ ପରିସରରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.