ETV Bharat / state

ନିଶା କାରବାରରେ ସମ୍ପୃକ୍ତ 5 ଯୁବକ ଗିରଫ

author img

By

Published : Jun 2, 2021, 11:37 AM IST

ଜଗତସିଂହପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ନିଶା କାରବାରରେ ସମ୍ପୃକ୍ତ ଥିବା ଏକ ଗ୍ୟାଙ୍ଗ ଉପରେ ପୋଲିସର ଚଢାଉ । ଗିରଫ ସମସ୍ତ 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ । ଅଧିକ ପଢନ୍ତୁ...

ନିଶା କାରାବରେ ସମ୍ପୃକ୍ତ 5 ଯୁବକ ଗିରଫ
ନିଶା କାରାବରେ ସମ୍ପୃକ୍ତ 5 ଯୁବକ ଗିରଫ

ଜଗତସିଂହପୁର:ସହର ଓ ଏହାର ଆଖପାଖ ଅଞ୍ଚଳରେ ଏକ ନିଶାସକ୍ତ ଚୋର ଗ୍ୟାଙ୍ଗକୁ ଜଗତସିଂହପୁର ପୋଲିସ ଧରିବାରେ ସଫଳ ହୋଇଛି । ଗ୍ଯାଙ୍ଗର 5 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ପାଞ୍ଚଟି ପାଣି ପମ୍ପ ସାଙ୍ଗକୁ ଏକାଧିକ ଟ୍ରକ ବ୍ୟାଟେରୀ ଜବତ କରାଯାଇଛି ।

ଜଗତସିଂହପୁର ଉପକଣ୍ଠ ସିଙ୍ଗାରପୁର ଗ୍ରାମ ଶବର ସାହିର କେତେକ ନିଶାସକ୍ତ ଯୁବକ ଗତ କିଛିଦିନ ହେବ ରାତି ଅଧରେ ଲୋକଙ୍କ ଘରେ ପଶି ପାଣି ମଟର ଇନଭୋଟର ବ୍ୟାଟେରୀ ଓ ଗାଡି ବ୍ୟାଟେରୀ ଚୋରୀ କରୁଥିବା ଜଗତସିଂହପୁର ଥାନାରେ ବାରମ୍ବାର ଅଭିଯୋଗ ହେଉଥିଲା । ପୋଲିସ ଅଭିଯୋଗକୁ ଭିତ୍ତିକରି ଗତକାଲି(ମଙ୍ଗଳବାର) ଜଗତସିଂହପୁର ଉପକଣ୍ଠ ଶବର ସାହିରେ ଚଢ଼ାଉ କରି ନିଶାସକ୍ତ ଅବସ୍ଥାରେ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ 5ଟି ପାଣି ମଟର ସମେତ ଇନଭୋଟର ବ୍ୟାଟେରୀ ଜବତ କରାଯାଇଛି । ଏହି ଯୁବକମାନେ ପ୍ରତ୍ୟେକ ଦିନ ବ୍ରାଉନସୁଗାର ସେବନ ପାଇଁ ଚୋରୀ କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ଆଜି(ବୁଧବାର) ପୋଲିସ ସମସ୍ତ ଗୁିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଦିପୁ ଦାସ, ରାଜା ସିଂ, ରମାକାନ୍ତ ସିଂ, ଉପେନ୍ଦ୍ର ସେଠୀ ଓ ରାଜୁଆ ସିଂ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.