ETV Bharat / state

ଗରୁଆଳ ଗାଁରେ ଅଗ୍ନିକାଣ୍ଡ, 20 ବଖରା ଘର ଭସ୍ମୀଭୂତ

author img

By

Published : Dec 24, 2020, 8:45 PM IST

Updated : Dec 24, 2020, 9:50 PM IST

ଜଗତସିଂହପୁର ଗୋରୁଆଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ପୋଡି ପାଉଁଶ ହୋଇଯାଇଛି 20 ବଖରା ଘର । ଅଧିକ ପଢନ୍ତୁ...

ଗରୁଆଳ ଗାଁରେ ଅଗ୍ନିକାଣ୍ଡ, 20 ବଖରା ଘର ଭସ୍ମୀଭୂତ
ଗରୁଆଳ ଗାଁରେ ଅଗ୍ନିକାଣ୍ଡ, 20 ବଖରା ଘର ଭସ୍ମୀଭୂତ

ଜଗତସିଂହପୁର: ଜିଲ୍ଲା ରଘୁନାଥପୁର ତହସିଲ ଅନ୍ତର୍ଗତ ଗୋଠିନା ପଞ୍ଚାୟତର ଗରୁଆଳ ଗ୍ରାମରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଫଳରେ ଗ୍ରାମର 20 ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଗରୁଆଳ ଗାଁରେ ଅଗ୍ନିକାଣ୍ଡ, 20 ବଖରା ଘର ଭସ୍ମୀଭୂତ

ସୂଚନା ଅନୁସାରେ ଆଜି(ଗୁରୁବାର) ସନ୍ଧ୍ୟାରେ ଗରୁଆଳ ଗାଁର ମଲ୍ଲିକ ସାହିରେ ହଠାତ୍ ନିଆଁ ଲାଗିଯାଇଥିଲା । ପରେ କାଳନ୍ଦୀ ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇ ଥିବାବେଳେ 20 ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 24, 2020, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.