ETV Bharat / state

ଜଗତସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସତ୍ୟାଗ୍ରହ

author img

By

Published : Jun 4, 2022, 11:59 AM IST

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଗଠନର କର୍ମକର୍ତ୍ତାମାନେ ଧାରଣା ଦେଇଥିଲେ । ଅଧିକ ପଢ଼ନ୍ତୁ

farmer protest in jagatsinghpur
ଚାଷୀଙ୍କ ସମସ୍ୟା ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଙ୍ଗଠନର ଧାରଣା

ଜଗତସିଂହପୁର: ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସତ୍ୟାଗ୍ରହ । ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଂଗଠନର କର୍ମକର୍ତ୍ତାମାନେ ଧାରଣା ଦେଇଥିଲେ । ଚାଷୀ ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ, ଜଳସେଚନ ଓ ଜଳ ନିଷ୍କାସନ, ବିହନ, ସାର ଓ କୀଟନାଶକ ଯୋଗାଣରେ ସ୍ବଚ୍ଛତା ପାଇଁ ଦାବି ହୋଇଛି ।

ଚାଷୀଙ୍କ ସମସ୍ୟା ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସଙ୍ଗଠନର ଧାରଣା

ଏଥିସହ ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ତଥା ସମବାୟ ସମିତିରେ ଦୁର୍ନୀତିଗ୍ରସ୍ତ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଗଠନ ଦାବି ହୋଇଛି । ଜଗତସିଂହପୁର ତହସିଲଦାର ଅଞ୍ଜଳୀ ତରାଇ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଧାରଣା ପ୍ରତ୍ୟାହୃତ କରିବାକୁ ନିବେଦନ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.