ETV Bharat / state

ଜଗତସିଂହପୁରରେ କମୁଛି ଟେଷ୍ଟିଂ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Oct 1, 2020, 9:23 AM IST

jagatsinghpur latest news, corona update in jagatsinghpur, corona cindition in jagatsinghpur, corona testing number in jagatsingpur, ଜଗତସିଂହପୁର ଲାଟେଷ୍ଟ ନ୍ୟୁଜ୍‌, ଜଗତସିଂହପୁରରେ କୋରୋନା ଅପଡେଟ, ଜଗତସିଂହପୁରରେ କୋରୋନା ସ୍ଥିତି, ଜଗତସିଂହପୁରରେ କୋରୋନା ଟେଷ୍ଟିଂ ମାତ୍ରା
ଟେଷ୍ଟିଂ ମାତ୍ରା ହ୍ରାସ ସତ୍ତ୍ବେ ଜଗତସିଂହପୁରରେ ଅଣାୟତ୍ତ କୋରୋନା ସ୍ଥିତି

ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି ମହାମାରୀ ସ୍ଥିତି । ଏମିତିରେ ଜିଲ୍ଲାରେ ଟେଷ୍ଟିଂ କିଟ ଅଭାବ ଯୋଗୁଁ କମିବାରେ ଲାଗିଛି ଟେଷ୍ଟିଂ ମାତ୍ରା । ଦିନକୁ ଦିନ ଟେଷ୍ଟିଂ ମାତ୍ରା କମିବା ସତ୍ତ୍ବେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି ମହାମାରୀ ସ୍ଥିତି । ଏମିତିରେ ଜିଲ୍ଲାରେ ଟେଷ୍ଟିଂ କିଟ ଅଭାବ ଯୋଗୁଁ କମିବାରେ ଲାଗିଛି ଟେଷ୍ଟିଂ ମାତ୍ରା । ଦିନକୁ ଦିନ ଟେଷ୍ଟିଂ ମାତ୍ରା କମିବା ସତ୍ତ୍ବେ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହିକ୍ରମରେ ଜିଲ୍ଲାରେ ଗତ 24 ଘଣ୍ଟାରେ 78ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି । ଏସମସ୍ତ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି ।

ଟେଷ୍ଟିଂ ମାତ୍ରା ହ୍ରାସ ସତ୍ତ୍ବେ ଜଗତସିଂହପୁରରେ ଅଣାୟତ୍ତ କୋରୋନା ସ୍ଥିତି

ତେବେ ଜିଲ୍ଲାରେ ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦାରୁ 7, ବିରିଡିରୁ ଜଣେ, ଏରସମାରୁ 14, ଜଗତସିଂହପୁର ବ୍ଲକରୁ 15, କୁଜଙ୍ଗରୁ 8, ନାଉଗାଁରୁ 7, ପାରାଦ୍ବୀପରୁ 9, ରଘୁନାଥପୁରରୁ ଜଣେ, ଜଗତସିଂହପୁର ସହରରୁ 7 ଓ ତିର୍ତ୍ତୋଲରୁ 11 ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏରସମା ଥାନାରୁ ଜଣେ ପୋଲିସ ଅଧିକାରୀ ସଂକ୍ରମିତ ଥିବା ଜଣା ପଡିଛି। ଏହାକୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5301ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 3993 ଜଣ ସୁସ୍ଥ ହୋଇ ସାରିଥିବା ବେଳେ 1301ଟି ସକ୍ରିୟ ମାମଲା ରହିଛି । ସେପଟେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 8ରେ ସ୍ଥିର ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.