ETV Bharat / state

ବୁଧବାର ଲକଡାଉନ, ସାମାଜିକ ଦୂରତାର ଉଡିଲା ଧଜିଆ

author img

By

Published : May 4, 2021, 10:47 PM IST

covid19-guideline
ବୁଧବାର ଲକଡାଉନ, ଲୋକଙ୍କ ମଧ୍ୟରେ ନାହିଁ ସଚେତନତା

ବୁଧବାର ଦିନଠୁ ସାରା ରାଜ୍ୟରେ ଲକଡାଉନ ଘୋଷଣା ହେବାପରେ ଜଗତସିଂହପୁର ସହରରେ କୋଭିଡ କଟକଣାର ଧଜିଆ ଉଡାଇଛନ୍ତି ସହରବାସୀ । ଅଧିକ ପଢନ୍ତୁ...

ଜଗତସିଂହପୁର: କୋରୋନା ଗାଇ଼ଡଲାଇନର ଖୋଲାଖୋଲି ଉଲ୍ଲଘଂନ । ବୁଧବାର ଦିନ ସାରା ରାଜ୍ୟରେ ଲକଡାଉନ ଘୋଷଣା ହେବାପରେ ଆଜି (ମଙ୍ଗଳବାର) ଜଗତସିଂହପୁର ସହରରେ କୋଭିଡ କଟକଣାର ଧଜିଆ ଉଡାଇଛନ୍ତି ସହରବାସୀ ।

ବୁଧବାର ଲକଡାଉନ, ଲୋକଙ୍କ ମଧ୍ୟରେ ନାହିଁ ସଚେତନତା

ମଙ୍ଗଳବାର ସହରର ସପ୍ତାହିକ ସୋମନାଥ ହାଟ 15 ଦିନ ପାଇଁ ବନ୍ଦ ହେଉଥିବାରୁ ଆଜି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।ଲୋକେ ବିଭିନ୍ନ ଦୋକାନ ରେ ପ୍ରବଳ ଭିଡ ଜମେଇଥିଲେ । ସେହିପରି ରାସ୍ତା ଘାଟ ମଧ୍ୟପ୍ରବଳ ଜାମ ହୋଇଥିଲା। ପନି ପାରିବା ସାଙ୍ଗକୁ ଗୋରସରି ଦୋକାନ ରେ ଲୋକଙ୍କ ଲମ୍ବା ଲାଇନ ଦେଖିବା ମିଳିଥିଲା। ବୁଧବାର ଲକଡାଉନ ହେବାକୁ ଯାଉଥିବାରୁ ଲୋକେ ନିଜ ନିଜ ଘରକୁ ଫେରି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ବସ ଗୁଡିକରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହେଇଛି ।

ସେହିପରି ଜିଲାର ସମସ୍ତ ମଦ ଦୋକାନରେ ମଧ୍ୟ ଅସ୍ୱାଭାବିକ ଭିଡ଼ ଜମିଥିଲା। ସହରର ପୋଷ୍ଟ ଅଫିସ ଛକରେ ଥିବା ମଦ ଦୋକାନରୁ ଦିନ 2ଟା ବେଳୁ ସମସ୍ତ ଷ୍ଟକ ସରି ଯାଇଥିଲା । ପେଟି ପେଟି ମଦ ଲୋକେ ବୋହି ନେଇଥିଲେ। ଜିଲ୍ଲାରେ ଲକଡାଉନକୁ ନେଇ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି ଅବଗତ କରାଯାଉଥିବା ଦେଖିବାକୁ ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.