ETV Bharat / state

ନକଲି ଔଷଧ ମାମଲା, ଜଗତସିଂହପୁରରେ ତନାଘନା

author img

By

Published : Jun 29, 2021, 10:44 PM IST

ନକଲି ଔଷଧ ମାମଲା: ଜଗତସିଂହପୁରରେ ତନାଘନା
ନକଲି ଔଷଧ ମାମଲା: ଜଗତସିଂହପୁରରେ ତନାଘନା

ବହୁଚର୍ଚ୍ଚିତ କଟକ ଆନନ୍ଦ ଫାର୍ମା କମ୍ପାନୀର କେତେକ ଔଷଧ ଜଗତସିଂହପୁର ଆସିଥିବା ନେଇ ଖୋଳତାଡ଼ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଜଗତସିଂହପୁର: ଜିଲ୍ଲାରେ କେତେକ ନକଲି ମେଡ଼ିସିନକୁ ନେଇ ତନାଘନା ଆରମ୍ଭ ହୋଇଛି । ବହୁ ଚର୍ଚ୍ଚିତ କଟକ ଆନନ୍ଦ ଫର୍ମା କମ୍ପାନୀର କେତେକ ଔଷଧ ଜଗତସିଂହପୁର ଆସିଥିବା ନେଇ ଖୋଳତାଡ଼ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । କେତେକ ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ପହଞ୍ଚି ମେଡ଼ିସିନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

ନକଲି ଔଷଧ ମାମଲା: ଜଗତସିଂହପୁରରେ ତନାଘନା

କେତେକ ନିର୍ଦ୍ଧିଷ୍ଟ ରୋଗପାଇଁ ବ୍ୟବହାର କରାଯାଉଥିବା ଔଷଧ ଫାବିମାସ୍କ 400, ମିଡକ୍ସି 300, ମେଡି ଟିଭିଆର, ଟିଭିଆର 96 ଓ ମେଡୁଲାର ଆଦି ଔଷଧ କେତେ ପରିମାଣରେ ଆସିଛି ତାକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି । ଆନନ୍ଦ ଫର୍ମା ସହିତ କେଉଁ ମେଡ଼ିସିନ ଡିଷ୍ଟିବୁଟର ସଂଶ୍ଲିଷ୍ଟ ଅଛନ୍ତି ଓ କେତେ ପରିମାଣର ଔଷଧ ଜଗତସିଂହପୁର ଜିଲ୍ଲାକୁ ଆସିଛି ତାକୁ ନେଇ ପଚରାଉଚାର କରୁଛନ୍ତି ଅଧିକାରୀ ।


ତେବେ ଜଗତସିଂହପୁର ଜିଲା କିମ୍ବା ସଦର ମହକୁମାକୁ ନକଲି ଔଷଧ ଆସିନଥିବା କହିଛି ଜଗତସିଂହପୁର ଜିଲ୍ଲା ଡ୍ରଗ ଆଣ୍ଡ କେମେଷ୍ଟ୍ର ସଂଘ କହିଛି । ଏହାକୁ ନେଇ ଡ୍ରଗ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.