ETV Bharat / state

ତିର୍ତ୍ତୋଲ ବିଧାୟକଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ, ଜାଳିଲେ କୁଶପୁତ୍ତଳିକା

author img

By

Published : Feb 15, 2023, 10:44 PM IST

ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆ
ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆ

ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆ । ମହିଳା କଂଗ୍ରେସ ତରଫରୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ତିର୍ତ୍ତୋଲ ବିଧାୟକଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

ଜଗତସିଂହପୁର: ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଅଡୁଆ । ତେଜୁଛି ବିଧାୟକଙ୍କ ଗିରଫ ଦାବି । ମହିଳା କଂଗ୍ରେସ ତରଫରୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହିଳା କଂଗ୍ରେସ ପକ୍ଷରୁ କଟକ-ପାରାଦ୍ୱୀପ ରାସ୍ତା କୁ କିଛି ସମୟ ଅବରୋଧ କରାଯିବା ପରେ ତିର୍ତ୍ତୋଲ କଲେଜ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ବିଧାୟକ ଙ୍କ ବିରୋଧରେ ନାରା ଓ ପ୍ଲାକକାର୍ଡ ପ୍ରଦର୍ଶନ କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।

ତହସିଲ କାର୍ଯ୍ୟାଳୟ ସମ୍ମୁଖ ରେ ବିଧାୟକ ବିଜୟ ଶଙ୍କର ଦାସ ଙ୍କ କୁଶପତ୍ତଳିକା ଦାହ କରାଯାଇଥିଲା । ଯେ ପର୍ଯ୍ୟନ୍ତ ପୋଲିସ ପ୍ରଶାସନ ବିଧାୟକଙ୍କୁ ଗିରଫ ନ କରିଛି ସେ ପର୍ଯ୍ୟନ୍ତ ମହିଳା କଂଗ୍ରେସ ଲଢେଇକୁ ଜୋରଦାର କରିବ ବୋଲି ଉପସ୍ଥିତ ନାରୀନେତ୍ରୀମାନେ କହିଥିଲେ । ପରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ତହସିଲଦାର ଅମୂଲ୍ଯ କୁମାର ସାହୁଙ୍କ ମାଧ୍ଯମ ରେ ଶତାଧିକ ମହିଳାଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯକ୍ରମେ ରେ ପିସିସି ସଭ୍ଯା ପ୍ରତିମା ମଲ୍ଲିକ, ପଏଦା ସରପଂଚ ତଥା ମହିଳା କଂଗ୍ରେସ ନେତ୍ରୀ ଦୀପ୍ତିମୟୀ ପ୍ରଧାନ, ମଣିଜଙ୍ଗା ସମିତିସଭ୍ୟା ନଚିକେତା ଦାସ, ପିପଳମାଧବ ସମିତିସଭ୍ୟା ସୁନିଶ୍ଚିତା ରାଉତ, ତେନ୍ତୁଳିପଦା ସରୋଜିନୀ ପରିଜା, ସେଠୀଙ୍କ ସମେତ ୬୦୦ ରୁ ଉର୍ଦ୍ଧ୍ବ ମହିଳା ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଢ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ ।

ସୂଚନାଯୋଗ୍ୟ, ଗତ ସୋମାଲିକାଙ୍କ କହିବା ଅନୁଯାୟୀ, ୨୦୧୮ରୁ ବିଜୟ ଶଙ୍କରଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ମେ 2022ରେ ସୋମାଲିକା ବିଧାୟକଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ବିଜୟ ଶଙ୍କର ସୋମାଲିକାଙ୍କୁ ବିବାହ କରିବାକୁ ରାଜି ହେବା ସହ ଜଗତସିଂହପୁର ସବ୍‌ ରେଜିଷ୍ଟ୍ରାରଙ୍କ ଅଫିସରେ ଆବେଦନ କରିଥିଲେ। କିନ୍ତୁ ବିବାହ ପାଇଁ ଆସି ନଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର । ପରେ ସୋମାଲିକା ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ରଖିଥିଲେ ମଧ୍ୟ ତାହା ପଞ୍ଜିକୃତ କରିନଥିଲା । ଯାହାକୁ ନେଇ ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ କଣ ପାଇଁ ବିଧାୟକଙ୍କୁ ପଚରାଉଚରା କରାଯାଉ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୋମାଲିକା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.