ETV Bharat / state

29ରେ ଜଗତସିଂହପୁର ପୌରପରିଷଦ ଉପନିର୍ବାଚନ, ପ୍ରଚାର ମୈଦାନରେ ହେଭିୱେଟ୍

author img

By ETV Bharat Odisha Team

Published : Nov 26, 2023, 10:54 PM IST

jagatsinghpur municipalty bypoll
ଜଗତସିଂହପୁର ପୌରପରିଷଦ ଉପନିର୍ବାଚନ

ଜଗତସିଂହପୁର ପୌରପରିଷଦର 6 ନମ୍ବର ୱାର୍ଡ ପାଇଁ ପଡିବ ଭୋଟ । ଆସନ୍ତା 29 ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ

ଜଗତସିଂହପୁର ପୌରପରିଷଦ ଉପନିର୍ବାଚନ

ଜଗତସିଂହପୁର: ପୌରପରିଷଦର 6 ନମ୍ବର ୱାର୍ଡ ପାଇଁ ପଡିବ ଭୋଟ । ଆସନ୍ତା 29 ତାରିଖରେ 6 ନମ୍ବର ୱାର୍ଡରେ ଉପନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ସୂଚନା ଅନୁସାରେ, ଗତ ପୌର ନିର୍ବାଚନ ସମୟରେ ବିଜୁ ଜନତା ଦଳ ପ୍ରାର୍ଥୀ ସୌଭାଗ୍ୟ ଲକ୍ଷ୍ମୀ ରଥ ଏହି 6 ନମ୍ବର ୱାର୍ଡରେ ବିଜୟୀ ହୋଇଥିଲେ । ସେ ବର୍ଷେରୁ ଅଧିକ ଦିନ କାଉନସିଲର ରହିଥିବାବେଳେ ଗତ ମାସରେ ତାଙ୍କର ପରଲୋକ ହୋଇଯାଇଥିଲା ।

ସୌଭାଗ୍ୟ ଲକ୍ଷ୍ମୀଙ୍କ ପରଲୋକ ହେବାପରେ ଏହି ପଦବୀଟି ଖାଲି ପଡିଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା 29 ତାରିଖରେ ଏହି ୱାର୍ଡ ପାଇଁ ଭୋଟ ଗ୍ରହଣ କରାଯିବ । ଏହାକୁ ନେଇ ରାଜନୈତିକ ମହଲରେ ତତ୍ପରତା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ଭାବେ ରୋଜଲିନ ଦାଶଙ୍କୁ ଦଳ ଟିକେଟ ଦେଇଥିବାବେଳେ କଂଗ୍ରେସ ଚିନ୍ମୟୀ ନନ୍ଦଙ୍କୁ ପ୍ରାର୍ଥୀ କରିଛି । ବିଜେଡି ପ୍ରାର୍ଥୀ ରୋଜଲିନଙ୍କ ପାଇଁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରଚାରର ମଙ୍ଗ ଧରିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ବଘେଲଙ୍କ ଦମ୍ଭୋକ୍ତି: ଛତିଶଗଡରେ ତିନି-ଚତୁର୍ଥାଶଂ ଭୋଟରେ ଜିତିବ କଂଗ୍ରେସ

ଏହା ବି ପଢନ୍ତୁ...ରାଜସ୍ଥାନରେ 69 ପ୍ରତିଶତ ସହ ସରିଲା ମତଦାନ, 3 ତାରିଖକୁ ଅପେକ୍ଷା

ଏହା ବି ପଢନ୍ତୁ..ପୁଣି ବ୍ରହ୍ମଗିରିରୁ ନିର୍ବାଚନ ଲଢିପାରନ୍ତି ସଞ୍ଜୟ, ପରୋକ୍ଷରେ ଏମିତି କହିଲେ ଲେନିନ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଂଗ୍ରେସ ପ୍ରାର୍ଥୀ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପକ୍ଷରୁ ପ୍ରଚାର ପ୍ରସାର ସେତେ ଆଖି ଦୃଶିଆ ହୋଇ ନଥିବା ଦେଖିବାକୁ ମିଳିଛି। ଏହି ୱାର୍ଡରେ ଭୋଟରଙ୍କ ସଂଖ୍ୟା 11 ଶହ ଥିବାବେଳେ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଜଗତସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ମଧ୍ୟ ବୁଲିବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ୱାର୍ଡ ପାଇଁ ଦୁଇ ହେବିୱେଟ୍ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଚାରକୁ ଜୋରଦାର କରିଛନ୍ତି । ଆଉ ୩ ଦିନ ପରେ ପୌର ପରିଷଦର 6 ନମ୍ବର ୱାର୍ଡ ପାଇଁ ପଡିବ ଭୋଟ । ତେବେ ଏହି ଉପନିର୍ବାଚନରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।


ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.