ETV Bharat / state

ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ

author img

By

Published : Nov 16, 2021, 6:58 PM IST

Updated : Nov 16, 2021, 7:27 PM IST

Black flag display at  Jagatsinghpur
Black flag display at Jagatsinghpur

ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ କାରକେଡକୁ ଅଣ୍ଡା ମାଡ । ଅଧିକ ପଢନ୍ତୁ

ଜଗତସିଂହପୁର: ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ କାରକେଡକୁ ଅଣ୍ଡା ମାଡ । ଆଜି (ମଙ୍ଗଳବାର) ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସିଥିବାବେଳେ ନାଉଗାଁ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇବା ସହିତ ଅଣ୍ଡାମାଡ କରିଛନ୍ତି ।

ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଣ୍ଡାମାଡ

ପୂ୍ର୍ବାହ୍ନ ୧୧ ଟାରେ ନାଉଗାଁର ଏକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ପୂର୍ବରୁ ଛପି ରହିଥିବା କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହ ତାଙ୍କ କାରକୁ ଅଣ୍ଡା ମାଡ କରିଥିଲେ। ଘଟଣାକୁ ନେଇ ପୋଲିସ ପାଖରେ କୌଣସି ପୂର୍ବ ସୂଚନା ନଥିବା କୁହାଯାଉଛି ।

ତେବେ ଅଣ୍ଡାମାଡ ଘଟଣାକୁ ନେଇ ମନ୍ତ୍ରୀ କିମ୍ବା ଦଳ ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated :Nov 16, 2021, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.