ETV Bharat / state

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

author img

By

Published : Sep 12, 2021, 7:35 AM IST

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ
ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ବହୁ ଚର୍ଚ୍ଚିତ କୁଜଙ୍ଗ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାକୁ ନେଇ ଭାରତୀୟ ବିକାଶ ପରିଷଦ, ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଅଧିକ ପଢନ୍ତୁ...

ଜଗତସିଂହପୁର: ବହୁ ଚର୍ଚ୍ଚିତ କୁଜଙ୍ଗ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାକୁ ନେଇ ଭାରତୀୟ ବିକାଶ ପରିଷଦ, ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି। ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା ମାନବାଧିକାରକୁ କ୍ଷୁର୍ଣ୍ଣ କରିଥିବା ଦର୍ଶାଇ ପରିଷଦ କମିଶନଙ୍କ ପାଖରେ ଅଭିଯୋଗ କରିଛି।

ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ

ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶ କହିଛନ୍ତି ଯେ, ଦୁଷ୍ମନ୍ତ ଦାସଙ୍କୁ କଟକ ବଡ଼ ମେଡିକାଲ କତ୍ତୃପକ୍ଷ ସଠିକ ଚିକିତ୍ସା କରୁନଥିଲେ ବୋଲି ସୁବ୍ରତ ଅଭିଯୋଗ କରିଥିଲେ। ସେହି ସମୟରେ ସେ ସିଧାସଳଖ ଏସିବି କତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସ୍ଥାନୀୟ ବିଧାୟକ, ସାଂସଦ, ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। ପରେ ତାଙ୍କୁ କେଉଁ ବ୍ୟକ୍ତି କଟକ ଏସିବିରୁ ଭୁବନେଶ୍ୱର ପର୍ଯନ୍ତ ନେଇଥିଲା ଓ ସେଠାରେ ହାତ ଶିର କାଟିବା ଓ ବିଷ ପିଇଦେବା ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲା, ସେ ବ୍ୟକ୍ତି ଜଣକ କିଏ ? ସରକାରଙ୍କୁ ବାରମ୍ବାର ଜଣାଇବା ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାନଯିବା ମାନବାଧିକାର କ୍ଷୁର୍ଣ୍ଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.