ETV Bharat / state

ରାତିସୁଦ୍ଧା ଜଗତସିଂପୁରରେ ପହଞ୍ଚିବ ବନ୍ୟାଜଳ, ସମ୍ଭାବ୍ୟ ବନ୍ୟା ନେଇ ପ୍ରସ୍ତୁତି

author img

By

Published : Aug 15, 2022, 6:30 PM IST

flood preparation in jagatsinghpur
ରାତିସୁଦ୍ଧା ଜଗତସିଂପୁରରେ ପହଞ୍ଚିବ ବନ୍ୟାଜଳ, ସମ୍ଭାବ୍ୟ ବନ୍ୟା ନେଇ ପ୍ରସ୍ତୁତି

ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ରାତି ସୁଦ୍ଧା ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅଧିକ ପଢ଼ନ୍ତୁ

ଜଗତସିଂହପୁର: ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି (Heavy rainfall in Jagatsinghpur) । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି (Flood preparation in Jagatsinghpur) । ବନ୍ୟା ପ୍ରଭାବିତ ହେବାକୁଥିବା ସ୍ଥାନ ଗୁଡିକରେ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ସମସ୍ତ ପ୍ରସ୍ତୁତି ସରିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ରାତିସୁଦ୍ଧା ଜଗତସିଂପୁରରେ ପହଞ୍ଚିବ ବନ୍ୟାଜଳ

ଅଗ୍ନିଶମ ଅଧିକାରୀ କହିଛନ୍ତି, "ଜଗତସିଂହପୁର ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗ ବନ୍ୟା ପରିସ୍ଥିତି ନେଇ ସଜାଗ ରହିଛନ୍ତି । ପାୱାର ବୋଟ, କଟର ମିସିନ ସହିତ 8 ଟିମ ପ୍ରସ୍ତୁତ କରାଯାଇଛି । ସେହିପରି ଗୋଟିଏ NDRF ଟିମ ପାରାଦୀପକୁ ପଠାଯାଇଥିବା ବେଳେ ଗୋଟିଏ ଓଡ୍ରାଫ ଟିମ ଜଗତସିଂହପୁରରେ ପ୍ରସ୍ତୁତ ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ କୁଜଙ୍ଗକୁ ଗୋଟିଏ ଟିମ ପଠାଯାଇଛି । ସେହିପରି ଏରସମାକୁ ଗୋଟିଏ ଟିମ ପଠାଯାଇଛି।"

ଜିଲ୍ଲାରେ ପ୍ରବାହିତ ମହାନଦୀ ଓ ଦେବୀ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ଆଜି ରାତି ସୁଦ୍ଧା ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ । ଯାହାକୁ ନେଇ ପ୍ରଶାସନ ସଜାଗ ରହିଛି। ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.