ETV Bharat / state

ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜାର୍ଚ୍ଚନା, ଜମୁଛି ଭକ୍ତଙ୍କ ଭିଡ଼

author img

By ETV Bharat Odisha Team

Published : Oct 24, 2023, 11:45 AM IST

Updated : Oct 25, 2023, 10:24 AM IST

maa dakhina kali temple in ganjam
maa dakhina kali temple in ganjam

ଦଶହରା ଅବସରରେ ଗଞ୍ଜାମର ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ଚାଲିଛି ଶାରଦୀୟ ପୂଜାର୍ଚ୍ଚନା । ଅଧିକ ପଢ଼ନ୍ତୁ

ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜାର୍ଚ୍ଚନା

ଗଞ୍ଜାମ: ଶାରଦୀୟ ଦୁର୍ଗା ପୂଜାକୁ ନେଇ ଉତ୍ସବ ମୁଖର ଗାଁ ଠୁ ସହର। ଗଞ୍ଜାମର ତନ୍ତ୍ରପୀଠ ରୂପେ ପରିଚିତ ମା' ଦକ୍ଷିଣ କାଳୀଙ୍କ ପୀଠରେ ଆୟୋଜିତ ହୋଇଥାଏ ଶାରଦୀୟ ପୂଜାର୍ଚ୍ଚନା । ଦକ୍ଷିଣ କାଳୀଙ୍କ ପୀଠରେ ଚାଲିଛି ମା ଙ୍କ ଷୋଡଶ ଦିବସୀୟ ପୂଜାର୍ଚ୍ଚନା । ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ନିକଟସ୍ଥ ପ୍ରତାପପୁର ଗ୍ରାମରେ ପୂଜା ପାଇ ଆସୁଥିବା ପ୍ରସିଦ୍ଧ ମାଆ ଦକ୍ଷିଣକାଳୀଙ୍କ ପୀଠରେ ଚାଲିଛି ମାଆଙ୍କ ଶାରଦୀୟ ପୂଜା । ପ୍ରତ୍ୟେକ ବର୍ଷ ମୂଳାଷ୍ଟମୀଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ହୋଇଥିବା ପାରମ୍ପରିକ ରୀତିନୀତିରେ ହୋଇଥାଏ ପୂଜାର୍ଚ୍ଚନା ।

ମାଆଙ୍କ ପୀଠର ଇତିହାସ ଅନୁଯାୟୀ ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ଉତ୍କଳର ସୁପ୍ରସିଦ୍ଧ କବିସୂର୍ଯ୍ୟ ବଳଦେବ ରଥ ଜ୍ୟେଷ୍ଠଭ୍ରାତା ଲୋକନାଥ ରଥଙ୍କ ଉଦ୍ୟମକ୍ରମେ ଜଉଗଡ଼ର ଅବହେଳିତ ଅବସ୍ଥାରେ ରହିଥିବା ମା କାଳୀ ମୂର୍ତ୍ତିଙ୍କୁ ଆଣି ଜଳେଶ୍ଵର ଖଣ୍ଡିରେ ଅବସ୍ଥାପିତ କରିଥିଲେ । ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଅନୁରୋଧ କଲେ । ଦେବୀଙ୍କ ସ୍ୱପ୍ନାଦେଶ ପରେ ଜିଲ୍ଲାର ଦିବ୍ୟସିଂହପୁର ଶାସନରୁ ପ୍ରଥମ ସେବକ ବିମ୍ବାଧର ମିଶ୍ରଙ୍କୁ ଆଣି ପୂଜକ ରୂପେ ପ୍ରତିଷ୍ଠିତ କରାଯାଇଥିବା ବେଳେ ସେହିଦିନଠାରୁ ମିଶ୍ର ପରିବାର ବ୍ୟକ୍ତି ମା'ଙ୍କୁ ପୂଜା କରି ଆସୁଛନ୍ତି ।

କୁହାଯାଏ ମା' ଦକ୍ଷିଣକାଳୀ ପ୍ରାୟ ୩୫୦ ବର୍ଷ ତଳୁ ଏହି ପୀଠରେ ପୂଜା ପାଇ ଆସୁଛନ୍ତି । ବର୍ଷତମାମ ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ମାଙ୍କର ଦର୍ଶନ ପାଇଁ ଭିଡ଼ ଜମାଉଥିବା ବେଳେ ଶାରଦୀୟ ପୂଜା ସମୟରେ ପ୍ରତ୍ୟେକଦିନ ମା'ଙ୍କୁ ପୀଠରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୁଜାଠାରୁ ଆରମ୍ଭ କରି ମଙ୍ଗଳ ଆଳତୀ, ଚଣ୍ଡିପାଠ , ମହାପୁଜା ଭଳି ବିଭିନ୍ନ ଆୟୋଜିତ ହେଇଥାଏ ବିଭିନ୍ନ ପ୍ରକାର ପୂଜାର୍ଚ୍ଚନା ।

ଏହା ମଧ୍ୟ ପଢନ୍ତୁ- କଟକରେ ପ୍ରଥମେ କେଉଁଠି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା ?

ସେପଟେ ମା' ଜଉଗଡର ଆରାଧ୍ୟ ଦେବୀ ଭାବରେ ପୂଜା ପାଇ ଆସୁଥିବାର ଜଣାଯାଏ । ମାଳତିଗଡ଼ର ପତନ ପରେ ମା'ଙ୍କ ଏହି ପୀଠର ସ୍ଥାପନ ବୋଲି କୁହାଯାଏ । ସେପଟେ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠ ସହିତ ଦକ୍ଷିଣକାଳୀ ଓ ତୁମ୍ୱେଶ୍ୱରକୁ ମିଶାଯାଇ ତ୍ରିଭୁଜ ପର୍ଯ୍ୟଟନସ୍ଥଳ କରାଯିବାକୁ ଦୀର୍ଘଦିନ ଧରି ସରକାରଙ୍କୁ ଅନେକ ପ୍ରସ୍ତାବ ଦିଆଯାଇଛି ।

ଦକ୍ଷିଣକାଳୀ ପୀଠରେ ପୂଜାର୍ଚ୍ଚନା କରିବା ସହିତ ମାଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଥାଏ । ଏପରିକି ମାଆଙ୍କ ପୀଠରେ ଭୋଳାନାଥ ଏକାମ୍ରେଶ୍ୱର ପୂଜା ପାଉଥିବା ବେଳେ ପାର୍ଶ୍ୱଦେବତା ଭାବରେ ଶିବ, କାମାକ୍ଷୀ, କାଳ ଭୈରବୀ ଓ ବଟୁକ ଭୈରବ ରହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated :Oct 25, 2023, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.