ETV Bharat / state

ଶହୀଦଙ୍କ ପରିବାରବର୍ଗକୁ ଆର୍ମୀ ଏଡି କଲେଜରେ ସମ୍ବର୍ଦ୍ଧନା

author img

By

Published : Mar 20, 2023, 11:11 AM IST

ଶହୀଦଙ୍କ ପରିବାରବର୍ଗକୁ  ସମ୍ବର୍ଦ୍ଧନା
ଶହୀଦଙ୍କ ପରିବାରବର୍ଗକୁ ସମ୍ବର୍ଦ୍ଧନା

୮୦ ବର୍ଷରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସହ ଶହୀଦଙ୍କ ପରିବାରବର୍ଗକୁ ଆର୍ମୀ ଏଡି କଲେଜରେ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ଶହୀଦଙ୍କ ପରିବାରବର୍ଗକୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦଙ୍କ ପରିବାରବର୍ଗଙ୍କୁ ଆର୍ମୀ ଏଡି କଲେଜରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ପରିବାର ବର୍ଗଙ୍କ ସମେତ ବୀର ଯବାନଙ୍କ ଧର୍ମପତ୍ନୀ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନେଇ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଆୟୋଜିତ ହୋଇଥିବା ଏକ ସମାବେଶରେ ଏଭଳି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

ମୁଖ୍ୟତଃ ଭାରତୀୟ ସେନାରେ ଯୋଗ ଦେଇ ଦେଶ ସେବାରେ ନିୟୋଜିତ ରହି ଅବସର ଗ୍ରହଣ ପରେ କିଭଳି ସେମାନଙ୍କ ପାଇଁ ଉପୁଜୁଥିବା ସମସ୍ୟା ଏବଂ କିପରି ଖୁସିରେ ଜୀବନ ଅତିବାହିତ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆର୍ମୀ ଏ.ଡି କଲେଜ ପରିସରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।


ଗୋପାଳପୁର ସ୍ଥିତ ସେନାର କଲେଜ ପରିସରରେ ଅବସରପ୍ରାପ୍ତ ସେନା କର୍ମଚାରୀ ସମାବେଶ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କମାଣ୍ଡାଣ୍ଟ ଲେଫ୍ଟଣ୍ଟାଣ୍ଟ ଜେନେରାଲ ୟୁ.ଭି. ତଲୁର ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ସେନା କର୍ମଚାରୀ ମାନେ ଅବସର ନେବା ପରେ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏପରିକି ଅବସରପ୍ରାପ୍ତ କର୍ମଚାରୀମାନେ ବିଭିନ୍ନ ସମସ୍ୟାରେ ପଡୁଥିବା ଯୋଗୁଁ ଏଭଳି ସମାବେଶ ସେମାନଙ୍କ ପାଇଁ ଅନେକ ସହାୟତା ଯୋଗାଇବ ବୋଲି କୁହାଯାଇଛି । ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଅଧିକାରୀମାନଙ୍କ ନିଜସ୍ବ ଏବଂ ପରିବାରର ରହିଥିବା ପେନସନ, ବ୍ୟାଙ୍କ ଜନିତ ସମସ୍ୟା ଓ ପୁନଃ ନିଯୁକ୍ତି ଭଳି କାର୍ଯ୍ୟ ଗୁଡ଼ିକ ଏହାରି ମାଧ୍ୟମରେ ସିଧାସଳଖ ସମସ୍ୟାର ସମାଧାନ ପାଇଁ ସେନା ପକ୍ଷରୁ ପ୍ରତି ବର୍ଷ ଏଭଳି ସମାବେଶର ଆୟୋଜନ କରାଯାଉଛି ।

କୋରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଏଭଳି କାର୍ଯ୍ୟକ୍ରମର ଆୟୋଜିତ ହୋଇପାରିନଥିଲା । ଚଳିତ ବର୍ଷ ଏହି ସମାବେଶରେ ରାଜ୍ୟର ସାତ ଶହରୁ ଅଧିକ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଯୋଗ ଦେଇଥିଲେ । ହେଲେ ଏଠାରେ କେବଳ ସମସ୍ୟାର ସମାଧାନ ତାହା ନୁହେଁ ବରଂ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟ ହୋଇପାରିବା ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏପରିକି ଦେଶ ପାଇଁ ବଳିଦାନ ଦେଇ ଶହୀଦ ହୋଇଥିବା ପରିବାର ବର୍ଗଙ୍କ ଧର୍ମପତ୍ନୀମାନଙ୍କୁ ଏଭଳି କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ସମାବେଶର ଆର୍ମି ଏ.ଡି କଲେଜର ବହୁ ସେନା ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.