ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ତାତିଲେ ପାଇପ୍ ଜଳ କର୍ମଚାରୀ

author img

By

Published : Nov 29, 2022, 8:38 AM IST

ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପାଇପ୍ ଜଳ କର୍ମଚାରୀ ସଂଘର ବିକ୍ଷୋଭ
ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପାଇପ୍ ଜଳ କର୍ମଚାରୀ ସଂଘର ବିକ୍ଷୋଭ

ପାନୀୟଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ରହିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ଦାବିରେ ଆଜି ବ୍ରହ୍ମପୁରରେ ପାଇପ୍ ଜଳ କର୍ମଚାରୀ ସଂଘ ବିକ୍ଷୋଭ କରିଛି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ରହିଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ଦାବିରେ ଆଜି ବ୍ରହ୍ମପୁରରେ ପାଇପ୍ ଜଳ କର୍ମଚାରୀ ସଂଘ ବିକ୍ଷୋଭ କରିଛି (Pipe water workers union protest) । ଦୀର୍ଘ ୧୯୯୩ ମସିହା ଠାରୁ ରାଜ୍ୟରେ ଜଳଯୋଗାଣ ବିଭାଗ ତଥା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ କାର୍ଯ୍ୟରେ ଏମାନେ କାମ କରିଆସୁଛନ୍ତି । ହେଲେ ଆଜି ଯାଏଁ ଏମାନଙ୍କ ଚାକିରି ସ୍ଥାୟୀ ହୋଇପାରିନାହିଁ । ଏନେଇ ଆଜି ପାଇପ୍ ଜଳ କର୍ମଚାରୀ ସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଏକ ଶୋଭାଯାତ୍ରା କରିଥିଲା (protest in Berhampur demands for permanent employment)।

ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପାଇପ୍ ଜଳ କର୍ମଚାରୀ ସଂଘର ବିକ୍ଷୋଭ

ଏହି ଶୋଭାଯାତ୍ରା ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ କରିବାସହ ପ୍ରତିବାଦ କରିଛନ୍ତି ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘ । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ସଂଘର ପ୍ରାୟ ୨ ହଜାର କର୍ମଚାରୀଙ୍କ ପ୍ରତି ଅଣଦେଖା କରାଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି । ଏନେଇ ବ୍ରହ୍ମପୁରରେ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିବାବେଳେ, ସହରର ଇଞ୍ଜିନିୟରିଂ ସ୍କୁଲ୍‌ ଛକ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ।

ଏହି ଶୋଭାଯାତ୍ରାରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି କବିରାଜ ସାହୁ, ବ୍ରହ୍ମପୁର ଡିଭିଜନର ସମ୍ପାଦକ ଅଶୋକ କୁମାର ଜେନାଙ୍କ ସମେତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ତେବେ ସରକାରଙ୍କ ନିକଟରେ ଅନେକବାର ଏହି ଦାବିକୁ ଉପସ୍ଥାପନା କରାଯାଇଥିଲେ ହେଁ କୌଣସି ସଫଳତା ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଆସନ୍ତା ଡିସେମ୍ୱର ୯ ତାରିଖରେ ଓଡିଶା 'ବିଧାନସଭା ଚାଲ ଅଭିଯାନ' ଏହି ନାରାଦେଇ ବିକ୍ଷୋଭ କରାଯିବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.