ETV Bharat / state

ସ୍ବସ୍ଥ ଆପ୍: ଅମାନିଆଙ୍କୁ କରୁଛି ସାବାଡ, ପ୍ରଶାସନକୁ ଦେଉଛି ଆଶ୍ବସ୍ତି

author img

By

Published : May 22, 2020, 4:45 PM IST

ସ୍ବସ୍ଥ ଆପ୍: ଅମାନିଆଙ୍କୁ କରୁଛି ସାବାଡ, ପ୍ରଶାସନକୁ ଦେଉଛି ଆଶ୍ବସ୍ତି ଦେଉଛି
ସ୍ବସ୍ଥ ଆପ୍: ଅମାନିଆଙ୍କୁ କରୁଛି ସାବାଡ, ପ୍ରଶାସନକୁ ଦେଉଛି ଆଶ୍ବସ୍ତି ଦେଉଛି

ହୋମ କ୍ବାରେଣ୍ଟାଇନରେ ରହୁଛନ୍ତି ସନ୍ଦିଗ୍ଧ । ଘରୁ ନବାହାରିବାକୁ ପ୍ରଶାସନ କରୁଛି ସତର୍କ । ହେଲେ ମାନୁନାହାନ୍ତି ଲୋକେ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ସାଙ୍ଘାତିକ ହୋଇଛି କୋରୋନା ପରିସ୍ଥିତି । ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତ । ସୁରତ ଫେରନ୍ତା ଓ ପ୍ରବାସୀ ଶ୍ରମିକଙ୍କ ଯୋଗୁଁ ଗମ୍ଭୀର ହୋଇଛି ସ୍ଥିତି । ଗଞ୍ଜାମରେ ବାହାରିଛନ୍ତି ବେଶୀ ଆକ୍ରାନ୍ତ । ଆଉ ଏଠାରେ ହିଁ ଅଛନ୍ତି ଅଧିକ ଅମାନିଆ । କୋରୋନା ମୁକାବିଲା ଅପେକ୍ଷା ବ୍ରହ୍ମପୁର ପ୍ରଶାସନକୁ ଘାରିଛି ଅମାନିଆଙ୍କୁ ସାବାଡ ଚିନ୍ତା ।

ସ୍ବସ୍ଥ ଆପ୍: ଅମାନିଆଙ୍କୁ କରୁଛି ସାବାଡ, ପ୍ରଶାସନକୁ ଦେଉଛି ଆଶ୍ବସ୍ତି ଦେଉଛି

ହୋମ କ୍ବାରେଣ୍ଟାଇନରେ ରହୁଛନ୍ତି ସନ୍ଦିଗ୍ଧ ଲୋକ । ଘରୁ ନବାହାରିବାକୁ ପ୍ରଶାସନ କରୁଛି ସତର୍କ । ସମସ୍ତଙ୍କ ଘର ଆଗରେ ସୂଚନା ଦେଉଛି ପ୍ରଶାସନ । ହେଲେ ମାନୁନାହାନ୍ତି ଲୋକେ । ବାହାରେ ବୁଲିବା ସହ ବଢାଉଛନ୍ତି ସଂକ୍ରମଣର ଭୟ । ଫଳରେ ମୁକାବିଲା କରିବା ପାଇଁ ସରକାର ଆପଣାଇଛନ୍ତି ଅନଲାଇନ ଆପର ସହାୟତା । ଯୁବ ଇଞ୍ଜିନିୟରଙ୍କ ଦ୍ବାରା ତିଆରି ହୋଇଛି ମୋବାଇଲ ଆପ୍ ସ୍ବସ୍ଥ । ନାମ ଭଳି ଆପର କାମ । ଲୋକଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ଏହାର ଉଦ୍ଦେଶ୍ୟ ।

ନିୟମିତ ସମସ୍ତଙ୍କ ଘରେ ତଦାରଖ କରିବା ଅସମ୍ଭବ । କିନ୍ତୁ ଏବେ ଆପ୍ ଦ୍ବାରା ସହଜରେ ନଜର ରଖୁଛନ୍ତି ସ୍ବାସ୍ଥ୍ୟଧିକାରୀ । ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ସ୍ବତନ୍ତ୍ର ତାଲିମ । ଏହାମଧ୍ୟ ଖୁବ୍ ଫଳପ୍ରଦ ହୋଇଥିବା ସେମାନେ କହିଛନ୍ତି । ଏହାଦ୍ବାରା ପ୍ରତି ଲୋକଙ୍କ ଉପରେ ସଠିକ ଭାବେ ନଜର ରଖିପାରୁଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ।

ହୋମ କ୍ବାରେଣ୍ଟାଇନବାସୀଙ୍କ ମୋବାଇଲରେ ଇନଷ୍ଟଲ ହୋଇଛି ଆପ୍ । ଏଥିରେ ରହିଛି ଉନ୍ନତମାନର ବ୍ୟବସ୍ଥା । ଡାଉନଲୋଡ ହୋଇଛି ସରକାରଙ୍କ ସମସ୍ତ ନିୟମ । ମାନିବାକୁ ରହିଛି ନିର୍ଦ୍ଦେଶ । ଘରୁ ବାହାରକୁ ବାହାରିଲା ମାତ୍ରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମିଳିବ ନୋଟିଫିକେସନ । ଘରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ । ଏପରିକି କ୍ବାରେଣ୍ଟାଇନ ଅବଧି ବୃଦ୍ଧି କଲେ ମଧ୍ୟ ଏହି ଆପରେ ତାହାକୁ ବୃଦ୍ଧି କରାଯାଇପାରିବା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରତିଦିନ ସେଲ୍ଫି ପଠାଇ ହାଜିରା ଦେବେ କ୍ବାରେଣ୍ଟାଇନରେ ଥିବା ବ୍ୟକ୍ତି । ଅମାନିଆଙ୍କୁ ସାବାଡ କରିବାର ପ୍ରଶାସନର ଏହି ପଦକ୍ଷେପ ପାଲଟିଛି ଫଳପ୍ରଦ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.