ETV Bharat / state

କାଳ ହେଲା ବିଲରେ ଘାସ କାଟିବା, ବଜ୍ରପାତରେ ଟଳି ପଡିଲେ ବୃଦ୍ଧ

author img

By

Published : Oct 15, 2022, 11:43 AM IST

କାଳ ହେଲା ବିଲରେ ଘାସ କାଟିବା, ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ
କାଳ ହେଲା ବିଲରେ ଘାସ କାଟିବା, ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

ବିଲରେ ଘାସ କାଟିବାକୁ ଯାଇଥିବା ବେଳେ ବଜ୍ରପାତ ଘଟି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ ।

ଭଞ୍ଜନଗର: ବିଲରେ ଘାସ କାଟିବା ହେଲା କାଳ । ବୃଦ୍ଧ ଜଣଙ୍କ ବିଲକୁ ଯାଇ ଘାସ କାଟିବା ବେଳେ ଆକାଶରୁ ଖସିଲା ବଜ୍ରପାତ । ବଜ୍ରପାତ ଘଟିବା କାରଣରୁ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗା ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମରେ । ମୃତକ ବୃଦ୍ଧ ଜଣକ ହେଲେ ପଠାଣି ନାଇକ ।

ସୂଚନା ଅନୁସାରେ, ମୃତ ପଠାଣି ନାଇକ ଗାଈ ପାଇଁ ଘାସ ଆଣିବା ପାଇଁ ବିଲକୁ ଯାଇଥିଲେ । ବିଲରେ ଘାସ କାଟୁଥିଲେ । ସେ ଘାସ କାଟୁଥିବା ସମୟରେ ହଠାତ୍‌ ବଜ୍ରପାତ ଘଟିଥିଲା । ତେବେ ବଜ୍ରପାତ ଘଟିବା ଫଳରେ ବୃଦ୍ଧ ପଠାଣି ନାଇକ ଘଟଣା ସ୍ଥଳରେ ପଡିଯାଇଥିଲେ । ଏହା ପରେ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ପରେ ବିଲରେ କାମ କରୁଥିବା ସ୍ଥାନୀୟ ଲୋକମାନେ ପଠାଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରୁଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ପଠାଣି ନାଇକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଏହା ପୂର୍ବରୁ ବାଲେଶ୍ବରରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଖଇରା ଥାନା କଅଁଳଖୁଣ୍ଟା ଗ୍ରାମର ବିବେକାନନ୍ଦ ଖୁଣ୍ଟିଆ ଓ ତାଙ୍କ ବଡ଼ଭାଇ ସମ୍ବୁନାଥ ଖୁଣ୍ଟିଆ ଚାଷ କାମ କରିବା ପାଇଁ ବିଲକୁ ଯାଇଥିବା ସମୟରେ ବଜ୍ରପାତ ଘଟିଥିଲା । ଏଥିରେ ବିବେକାନନ୍ଦ ବିଲରେ ଟଳି ପଡ଼ିଥିଲେ । ସେଠାରେ କାମ କରୁଥିବା ଶମ୍ବୁନାଥ ଏହାଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗରର ବିବେକାନନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଇରା ମେଡ଼ିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ବଜ୍ରପାତ ଯୋଗୁଁ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫଟାପଡା ଗ୍ରାମର ୪ ଜଣ ମହିଳା ଗୁରୁତର ହୋଇଥିଲେ ।

ସେହିପରି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାଲିପଡା ଗାଁରେ ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ଆଉ ହୋଇଥିବାବେଳେ ଅନ୍ୟ ୩ଜଣ ଗୁରୁତର ହୋଇଥିଲେ । ସକାଳୁ ସକାଳୁ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରାଘାତ ହେବାରୁ ୪ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ପରେ ସେମାନଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଥିରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକଙ୍କ ନାଁ ହେଉଛି ସୁରେଶ ଜେନା । ଗୁରୁତର ୩ଜଣ ହେଲେ ରବୀନ୍ଦ୍ର ଜେନା, କପିଳ ଜେନା ଓ ଗୋପାଳ ଜେନା ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.