ETV Bharat / state

ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଦାବି କରି BDOଙ୍କ ଆଗରେ ଶୋଇଗଲେ ZP ପ୍ରାର୍ଥୀ

author img

By

Published : Feb 24, 2022, 6:34 AM IST

ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଦାବି କରି BDO ଙ୍କ ଆଗରେ ଶୋଇଗଲେ ZP ପ୍ରାର୍ଥୀ
ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଦାବି କରି BDO ଙ୍କ ଆଗରେ ଶୋଇଗଲେ ZP ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟରେ ମତଦାନ ଶେଷ ପରେ ଏବେ ସମସ୍ତ ବ୍ଳକ ମୁଖ୍ୟାଳୟରେ ରହିଥିବା ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ବାଲଟ ବକ୍ସ । ଆଉ ଏହାରି ମଧ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ପରେ ଆସନ୍ତା ୨୬ ତାରିଖରୁ ଭୋଟ ଗଣନା ହେବାକୁ ଥିବା ବେଳେ ଷ୍ଟ୍ରଙ୍ଗ ରୁମକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ତାହାରି ସମ୍ମୁଖରେ ବସି ରହୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁର: ଷ୍ଟ୍ରଙ୍ଗ ରୁମର ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ସରକାରୀ ଅଧିକାରୀଙ୍କ ନିକଟରେ ଦଣ୍ଡାୟମାନ ହୋଇ ଆପତ୍ତି ଜଣାଇଲେ ଜିଲ୍ଲା ପରିଷଦ ପ୍ରାର୍ଥୀ ।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟରେ ମତଦାନ ଶେଷ ପରେ ଏବେ ସମସ୍ତ ବ୍ଳକ ମୁଖ୍ୟାଳୟରେ ରହିଥିବା ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ବାଲଟ ବକ୍ସ । ଆଉ ଏହାରି ମଧ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ମତଦାନ ପରେ ଆସନ୍ତା ୨୬ ତାରିଖରୁ ଭୋଟ ଗଣନା ହେବାକୁ ଥିବା ବେଳେ ଷ୍ଟ୍ରଙ୍ଗ ରୁମକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ତାହାରି ସମ୍ମୁଖରେ ବସି ରହୁଥିବା ଦେଖାଯାଇଛି ।

ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଦାବି କରି BDO ଙ୍କ ଆଗରେ ଶୋଇଗଲେ ZP ପ୍ରାର୍ଥୀ

ଏହାରି ମଧ୍ୟରେ ଜିଲ୍ଲାର ଖଲ୍ଲିକୋଟ ବ୍ଳକରେ ରହିଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ସ୍ଥାନୀୟ ବିଡିଓ ଏବଂ ସରକାରୀ ଅଧିକାରୀଙ୍କ ନିକଟରେ ତଳେ ଦଣ୍ଡାୟମାନ ହୋଇ ନିଜର ଆପତ୍ତି ଜଣାଇଛନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ।

ଗୋଟିଏ ପଟେ ସମସ୍ତ ବ୍ଳକ ମୁଖ୍ୟାଳୟରେ ନିର୍ବାଚନ ଶେଷ ପରେ ରଖାଯାଇଥିବା ବାଲଟ ବକ୍ସର ଷ୍ଟ୍ରଙ୍ଗ ରୁମକୁ ଜଉ ମୁଦ କରାଯାଇ ସିଲ କରାଯିବା ସହ ସିସିଟିଭି ଲଗାଯାଇ ପୋଲିସ ଅଧିକାରୀ ମାନେ ୨୪ ଘଣ୍ଟିଆ ପହଁରା ଦେଉଥିବା ବେଳେ ଅନ୍ୟପଟେ ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ କୌଣସି ବିଭ୍ରାଟ ହୋଇଯିବା ଭୟରେ ଏପରି ନିଜର ଭୋଟ ବକ୍ସକୁ ନିଜେ ଜଗି ରହୁଥିବା ସହ ବିଭିନ୍ନ ସ୍ଥାନରେ ସୁରକ୍ଷାକୁ ନେଇ ଆପତ୍ତି ଉଠାଉଥିବା ଦେଖାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.