ETV Bharat / state

ବାର୍ଦ୍ଧକ୍ୟ ଅବସ୍ଥାରେ ଗାଁ ଘରେ ଛାଡ଼ିଦେଇ ସହରରେ ପିଲା, ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି ପ୍ରଶାନ୍ତ

author img

By ETV Bharat Odisha Team

Published : Dec 5, 2023, 5:57 PM IST

family left sick old man at Village in Ganjam
family left sick old man at Village in Ganjam

କଥା କହିବା ବେଳେ ଆଖି ବୋଲ ମାନୁନି । ଅସହାୟ ହୋଇପଡ଼ି କାନ୍ଦି ପକାଉଛନ୍ତି ଗଞ୍ଜାମ ଜିଲ୍ଲା ମୋଚିବାରୀ ସାହି ଅଧିବାସୀ ପ୍ରଶାନ୍ତ ରାଉଳ । ଯେତେବେଳେ ପାଖରେ ପଇସା ଥିଲା ଓ ସେ ସୁସ୍ଥ ଥିଲେ, ସେତେବେଳେ ସମସ୍ତଙ୍କ ଅତି ପ୍ରିୟ ଥିଲେ । ହେଲେ ଏବେ ରୋଗରେ ପଡ଼ିବା ପରେ ଗାଁ ଘରେ ଛାଡ଼ି ଦେଇ ବାହାରେ ପିଲା । ଅଧିକ ପଢନ୍ତୁ

ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି ପ୍ରଶାନ୍ତ

ବ୍ରହ୍ମପୁର: ପରିଣତ ବୟସରେ ବାପାମାଆଙ୍କୁ ସନ୍ତାନ ହିଁ ସାହାରା ପାଲଟନ୍ତି । ହେଲେ ଏବେ ଆଧୁନିକ ଯୁଗରେ ନିଜ କର୍ତ୍ତବ୍ୟ ବି ପୂରଣ କରୁନାହାନ୍ତି ଯୁବପିଢି । ପରିଣତ ବୟସରେ ବୁଢା ବାପାଟି ହୋଇଯାଉଛି ଅଲୋଡ଼ା । ଏଭଳି ଏକ ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରର ୱାର୍ଡ ନଂ ୬ ଅନ୍ତର୍ଗତ ମୋଚିବାରୀ ସାହିରେ ଦେଖିବାକୁ ମିଳିଛି । ପକ୍ଷାଘାତରେ ପୀଡ଼ିତ ହେଲେ ବୋଲି ପିଲାଛୁଆ ଗାଁଘରେ ବୃଦ୍ଧ ପ୍ରଶାନ୍ତ କୁମାର ରାଉଳଙ୍କୁ ଛାଡ଼ି ଦେଇ ଦିଲ୍ଲୀରେ ରହୁଛନ୍ତି । ପ୍ରଶାନ୍ତଙ୍କ ବାମ ପଟ ହାତଗୋଡ଼ ଅଚଳ ଥିବାରୁ ସେ ନିତ୍ୟକର୍ମ କରିବାରେ ସକ୍ଷମ ହୋଇପାରୁନାହାନ୍ତି । ଆଉ ଅସହାୟ ହୋଇ ଖାଲି ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାହି ପଡ଼ିଶା ।

ମୋଚିବାରି ସାହିରେ ଏପରି ଘଟଣା ଦେଖିବା ପରେ ସାହି ବାସିନ୍ଦା ତୁରନ୍ତ ଏହି ବୟସ୍କା ବୃଦ୍ଧଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ଥାନାର ଦ୍ବାରସ୍ଥ ହୋଇଛନ୍ତି । ବୃଦ୍ଧଙ୍କ ପରିବାର ବର୍ଗ ତୁରନ୍ତ ଆସି ତାଙ୍କୁ ଏଭଳି ସମୟରେ ସେବା ଶୁଶ୍ରୁଷା ଯୋଗାଇ ଦେବା ଲାଗି ସେମାନେ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ସହରର ୱାର୍ଡ ନଂ ୬ ଅନ୍ତର୍ଗତ ମୋଚିବାରୀ ସାହିରେ ପ୍ରଶାନ୍ତ କୁମାର ରାଉଳ ନାମକ ବୟସ୍କ ବୃଦ୍ଧ ଜଣଙ୍କ ପକ୍ଷାଘାତ ରୋଗରେ ଆକ୍ରନ୍ତ ହୋଇ ଗୋଟିଏ ଗୋଡ ଏବଂ ଗୋଟିଏ ହାତ କାମ କରୁନଥିବା ବେଳେ ସମ୍ପୂର୍ଣ୍ଣ ଭାବରେ ଶଯ୍ୟାଶାୟୀ ହୋଇ ରହିଛନ୍ତି ।

ଏହା ବି ପଢନ୍ତୁ- ବୃଦ୍ଧବାପାଙ୍କୁ ଘରୁ ତଡିଦେଲା ପୁଅ, ୬ ମାସ ଧରି ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ

ଏହି ବୟସ୍କା ବୃଦ୍ଧ ଜଣଙ୍କ ନିଜର ଶଯ୍ୟାରୁ ଉଠି ଯିବାରେ ଅସମର୍ଥ ରହିଥିବାରୁ ନିଜର ଦୈନିକ ନିତ୍ୟକର୍ମ କରିବାରେ ଅନେକ ସମସ୍ୟା ଭୋଗୁଛନ୍ତି । ତାଙ୍କ ଶରୀରରେ ରୋଗ ଓ ଦୈନନ୍ଦିନ କାମରେ ଅସୁବିଧା ଭୋଗୁଥିବାରୁ ତାଙ୍କୁ ଅନେକ ଶାରୀରିକ ପୀଡା ମଧ୍ୟ ହେଉଛି । ହେଲେ ଏପରି ସ୍ଥିତିରେ ତାଙ୍କୁ ପଚାରେ ବା କିଏ ? ପରିଣତ ବୟସରେ ତାଙ୍କ ନିଜ ପିଲାଛୁଆ ମଧ୍ୟ ମୁହଁ ଫେରାଇ ନେଇଛନ୍ତି । ପାଖରେ ଧନ ସମ୍ପତ୍ତି ଥିବା ସତ୍ତ୍ବେ ପ୍ରଶାନ୍ତ ଏବେ ବେଶ ଅସହାୟ । ନିଜ ଦୁଃଖର କାହାଣୀ କହିବା ସମୟରେ ତାଙ୍କ ଆଖି ବି ବୋଲ ମାନୁନି । ଅସହାୟ ହୋଇପଡ଼ି ସେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ବିଶେଷ କରି ବୃଦ୍ଧ ଜଣଙ୍କ ରାତ୍ର ସମୟରେ ଅସହ୍ୟ ଯନ୍ତ୍ରଣା ସହ୍ୟ କରିନପାରି ବହୁ ଜୋରରେ ଚିତ୍କାର କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାହି ବାସିନ୍ଦା । ଏପରିକି ବୃଦ୍ଧଙ୍କ ପରିବାର ବର୍ଗ ରହିଥିବାରୁ ତାହାକୁ ନେଇ ପ୍ରଶାସନ ଗୁରୁତ୍ବ ଦେଇ ସେମାନଙ୍କୁ ଡାକିବା ସହ ଏହି ବୃଦ୍ଧଙ୍କ ଦାୟିତ୍ବ ଗ୍ରହଣ କରିବା ପାଇଁ ପଡୋଶୀମାନେ ଦାବି କରିଛନ୍ତି । ସେପଟେ ବୃଦ୍ଧ ଜଣଙ୍କ ପୂର୍ବରୁ ପ୍ରତ୍ୟେକ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସେହି ସମୟରେ ପରିବାର ବର୍ଗ ତାଙ୍କ ସହିତ ମିଳିମିଶି ରହୁଥିଲେ । ହେଲେ ବର୍ତ୍ତମାନର ଏପରି ରୋଗାକ୍ରାନ୍ତ ପରେ ସେ ହତାଦାର ହେଉଥିବା କହିଛନ୍ତି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.