ETV Bharat / state

ସାପ କାମୁଡାରେ ନାବାଳକ ମୃତ

author img

By

Published : Jul 23, 2020, 9:47 PM IST

ସାପ କାମୁଡାରେ ନାବାଳକ ମୃତ
ସାପ କାମୁଡାରେ ନାବାଳକ ମୃତ

ବିଷଧର ସାପ କାମୁଡାରେ ୭ ବର୍ଷର ନାବାଳକ ସୁଶାନ୍ତ କୁମାର ଡାକୁଆଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଭଞ୍ଜନଗର: ବିଷଧର ସାପ କାମୁଡାରେ ୭ ବର୍ଷର ନାବାଳକ ସୁଶାନ୍ତ କୁମାର ଡାକୁଆଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧିନସ୍ଥ ଦଦାରା ଖୋଲ ଗ୍ରାମରେ ।

ସାପ କାମୁଡାରେ ନାବାଳକ ମୃତ

ନିଜ ଜୀବନର ଭଲମନ୍ଦ କିଛି ବୁଝିବା ପୂର୍ବରୁ ଘରେ ଶୋଇଥିବା ବେଳେ ସୁଶାନ୍ତ ବେକକୁ ଏକ ବିଷଧର ସାପ କାମୁଡି ଦେଇଥିଲା। ପରେ ସୁଶାନ୍ତଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୭ ବର୍ଷର ପୁଅର ଏଭଳି ଅକାଳ ମୃତ୍ୟୁକୁ ନେଇ ପିତାମାତା ବୁକୁ ଫଟାଇ କାନ୍ଦୁଥିବା ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.