ETV Bharat / state

ବ୍ରହ୍ମପୁର ପୋଲିସ କବ୍ଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ, 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

author img

By

Published : Oct 30, 2020, 2:26 PM IST

Updated : Oct 30, 2020, 5:44 PM IST

ବ୍ରହ୍ମପୁର ପୋଲିସ କବ୍ଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ, 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ
ବ୍ରହ୍ମପୁର ପୋଲିସ କବ୍ଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ, 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଅନଲାଇନ ଆଇପିଏଲ ବେଟିଂ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ବେଟିଂ ଗ୍ୟାଙ୍ଗର 2 କିଙ୍ଗପିନ୍‌କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏକ ଅନଲାଇନ ଆଇପିଏଲ ବେଟିଂ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ । ବେଟିଂ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ସେମାନଙ୍କ ଠାରୁ 33ଲକ୍ଷ 61ହଜାର ନଗଦ ଟଙ୍କା ଜବତ କରା।ଯାଇଛି । ଗିିରଫ ହୋଇତିବା ଦୁଇ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ଗଣେଶ ନଗରର ଆର ଲାଲୀ ଆଚାରି (50) ଏବଂ ଗାନ୍ଧୀ ନଗରର କେ ପ୍ରଶାନ୍ତ କୁମାର ସୁବୁଦ୍ଧି (43) । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।

ଆଇପିଏଲ 2020କୁ ନେଇ ବହ୍ମପୁର ସହରରେ ବିଭିନ୍ନ ସ୍ଥାନର ଚାଲିଛି ସଟ୍ଟାବାଜି। ପ୍ରତ୍ୟେକ ମ୍ୟାଚଠାରୁ ଆରମ୍ଭ କରି ଟସ ପଡ଼ିବା ପର୍ଯ୍ୟନ୍ତ ସବୁଥିରେ ଟଙ୍କା ଲଗାଉଛନ୍ତି ସଟ୍ଟା ଖେଳାଳି। ଏଭଳି ସଟ୍ଟାବାଜି କରି ଲକ୍ଷ ଲକ୍ଷ ଟଙ୍କାର ବେଟିଂ କରାଯାଉଛି। ଦୀର୍ଘ ବର୍ଷ ଧରି ଏଭଳି ଆଇପିଏଲ ସମୟରେ ଅନଲାଇନରେ ଏଭଳି ବେଟିଂ କରାବାର ଜାରି ରଖିଥିଲା ଏହି ଗ୍ୟାଙ୍ଗ। ଏହି ବେଟିଂ ଗ୍ୟାଙ୍ଗକୁ ଆଜି(ଶୁକ୍ରବାର) ବ୍ରହ୍ମପର ସହରର ଗୋଷାଣିନୂଆଗାଁ ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତଙ୍କ ନିକଟରୁ 33ଲକ୍ଷ 61ହଜାର ଟଙ୍କା ସହ 3ଟି ମୋବାଇଲ ଓ 3ଟି ଏଟିଏମ ଜବତ କରିଛି ପୋଲିସ।

ବ୍ରହ୍ମପୁର ପୋଲିସ କବ୍ଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ, 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଅନଲାଇନରେ ଏହି ଅଭିଯୁକ୍ତମାନେ ଦେଶ ବାହାରେ ମଧ୍ୟ ସଟ୍ଟା ଲଗାଉଥିବା ନେଇ ପୋଲିସ ସୂଚନା ଦେଇଛି। ଆଇପିଏଲ ଛଡ଼ା ଅନ୍ୟାନ ଖେଳର ମଧ୍ୟ ଏମାନେ ବେଟିଂ କରୁଥିଲେ। ଏଭଳି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ଦୀର୍ଘଦିନ ଧର ଯୋଜନା କରି ଆସୁଥିଲା।

ବ୍ରହ୍ମପୁର ପୋଲିସ କବ୍ଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ, 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ
ବ୍ରହ୍ମପୁର ପୋଲିସ କବ୍ଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ, 30 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଏହି ଅଭିଯୁକ୍ତମାନେ ବିଭିନ୍ନ ଅନଲାଇନ୍ ବେଟିଂ ୱେବସାଇଟ ଜରିଆରେ ସଟ୍ଟା ଖେଳୁଥିଲେ । ଅଭିଯୁକ୍ତମାନେ କୋଲକାତା, ମୁମ୍ବାଇ, ଦିଲ୍ଲୀ ଏବଂ ଦୁବାଇ ଭଳି ବିଭିନ୍ନ ସହରର ଏଜେଣ୍ଟଙ୍କ ଲିଙ୍କ୍‌ରେ ରହିଥିଲେ । ଏଥିସହ ଅନଲାଇନ ବେଟିଂ କରିବାକୁ ଜନସାଧରଣଙ୍କ ଠାରୁ ବିପୁଳ ପରିମାଣରେ ଅର୍ଥ ସଂଗ୍ରହ କହିଥିଲେ ।

ତେବେ ସହରର ଅନ୍ୟ ବୁକିଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ପୋଲିସ ବିଭାଗ ସୂଚନା ଦେଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Oct 30, 2020, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.