ETV Bharat / state

ଆଇପିଏଲ୍ ବେଟିଂ ଲିଙ୍କ: ବ୍ରହ୍ମପୁର ପୋଲିସ ହାତରେ 2 ଯୁବକ

author img

By

Published : Dec 8, 2020, 2:52 PM IST

ଆଇପିଏଲ୍ ବ୍ୟାଟିଂ ଲିଙ୍କ ,ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲେ ପୁଣି 2 ଯୁବକ
ଆଇପିଏଲ୍ ବ୍ୟାଟିଂ ଲିଙ୍କ ,ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲେ ପୁଣି 2 ଯୁବକ

ଆଇପିଏଲ୍ ଲିଙ୍କ ମାମଲା । ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲେ ପୁଣି ଦୁଇ ଜଣ ଯୁବକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରହ୍ମପୁର: ଆଇପିଏଲ୍ ଲିଙ୍କ ମାମଲା । ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲେ ପୁଣି ଦୁଇ ଯୁବକ । ଗିରଫ ଦୁଇ ଯୁବକ କ୍ରିକେଟ୍ ବେଟିଂ କରୁଥିବା ଅଭିଯୋଗରେ ଗିରଫ ହେବା ପରେ ସହରରେ ଅଦ୍ୟାବଧି 4ଜଣ ଗିରଫ ହୋଇଥିବା ଦେଖାଯାଇଛି । ଗିରଫ 2ଜଣ ହେଲେ ବିଶାଳ ଅଗ୍ରୱାଲ ଓ ଅଜିତ୍ କୁମାର ବରାଡ ଓରଫ ବାଦଲ ।

ipl-betting-link-berhampur-police-arrested-2-more-youths
ଆଇପିଏଲ୍ ବ୍ୟାଟିଂ ଲିଙ୍କ ,ବ୍ରହ୍ମପୁର ପୋଲିସ ହାତରେ ଧରାପଡିଲେ ପୁଣି 2 ଯୁବକ

ଗିରଫ ଯୁବକଙ୍କ ଠାରୁ ଏକ ଲକ୍ଷ ୯୫ ହଜାର ୫ ଶହ ଟଙ୍କା, 7ଟି ମୋବାଇଲ, ସାତୋଟି ସିମ୍ କାର୍ଡ, ଗୋଟିଏ କାର ଓ ଏଟିଏମ୍ କାର୍ଡ ଏବଂ ପରିଚୟ ପତ୍ରକୁ ଜବତ କରିଛି ପୋଲିସ । ଗତ କିଛି ବର୍ଷ ଧରି ସହରରେ କ୍ରିକେଟ ଖେଳ ସମୟରେ ଏଭଳି ବେଟିଂ କରି ଆସୁଥିବା ନେଇ ଗତ ଅକ୍ଟୋବର ମାସ ୨୯ ତାରିଖରେ କ୍ରିକେଟ ବେଟିଂ ମାମଲାର ମୁଖ୍ୟ ଲାଲି ଆଚାରୀ ସହ ତାର ସହଯୋଗୀ କେ. ପ୍ରଶାନ୍ତ କୁମାର ସୁବୁଦ୍ଧିକୁ ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ୩୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛ । ତେବେ ଏହି ବେଟିଂ ଘଟଣାରେ ଅନେକ ସଂପୃକ୍ତି ରହିଥିବା ପୋଲିସ ସୂଚନା ପାଇଥିଲାବେଳେ ଏନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ 4ଜଣଙ୍କୁ ଗିରଫ କରିସାରିଥିବାବେଳେ ତଦନ୍ତ ଜାରି ରହିଛି ।

ଗିରଫ ହୋଇଥିବା ବିଶାଳ ହାଇଦ୍ରାବାଦ ପଳାୟନ କରୁଥିବାବେଳେ ଭୁବନେଶ୍ବର ଏୟାରପୋର୍ଟରୁ ଗିରଫ କରାଯାଇଥିଲା । ବିଶାଳର ସୂଚନାକୁ ଆଧାର କରି ସହର ଉପକଣ୍ଠ ଗୋପାଳପୁର ଛକ ନିକଟରୁ ଅନ୍ୟ ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ବ୍ରହ୍ମପୁରରୁ ଏହି କ୍ରିକେଟ୍ ବେଟିଂର ଚେର ରାଜ୍ୟ ତଥା ଦେଶର ଚାରିଆଡ଼େ ଲମ୍ବିଥିବାବେଳେ ଏଥିରେ ଆଉ କେତେ ଜଣଙ୍କ ସଂପୃକ୍ତି ରହିଛି, ସେ ନେଇ ପୋଲିସ ପକ୍ଷରୁ ଜାରି ରହିଛି ତନାଘନା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.