ETV Bharat / state

ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତଦନ୍ତ ଜାରି

author img

By

Published : Jul 1, 2021, 8:29 PM IST

ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତଦନ୍ତ ଜାରି
ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ଏକ ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳରୁ ଏକ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ସମ୍ପର୍କରେ ସୂଚନା ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଘର ମଧ୍ୟରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ମୃତ ମହିଳା ଜଣକ ହେଉଛନ୍ତି ୩୪ ବର୍ଷୀୟ ଆର. ରାଣୀ ଦୋରା । ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ପୌରାଞ୍ଚଳର ଶ୍ରୀକ୍ଷେତ୍ର ମାର୍ଗ ଦ୍ବିତୀୟ ଲାଇନରେ ରହି ଆସୁଥିବା ଆର. ତିରୁପତି ଦୋରାଙ୍କ ପତ୍ନୀଙ୍କ ଏହି ମୃତଦେହ ବାଡି ପଟ ଘରୁ ମିଳିଥିଲା । ମହିଳାଙ୍କ ହତ୍ୟା କରାଯାଇଛି ନାଁ ସେ ସକାଳୁ ସକାଳୁ ନିଜେ ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ସନ୍ଦେହ ଉପୁଜିଛି ।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାରୁ ପୋଲିସ ମୃତ ମହିଳାଙ୍କ ସ୍ଵାମୀ ତିରୁପତିଙ୍କୁ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର MKCGକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.