ETV Bharat / state

ପ୍ଲାଷ୍ଟିକ ମୁକ୍ତ ହେବ ଗଞ୍ଜାମ

author img

By

Published : Oct 2, 2021, 8:40 AM IST

ଗଞ୍ଜାମ ହେବ ପ୍ଲାଷ୍ଟିକମୁକ୍ତ, ସ୍ବଚ୍ଛତା ଜାରି ରଖିବାକୁ ସାମୁହିକ ଶପଥ ନେଲେ ଜିଲ୍ଲାପାଳ
ଗଞ୍ଜାମ ହେବ ପ୍ଲାଷ୍ଟିକମୁକ୍ତ, ସ୍ବଚ୍ଛତା ଜାରି ରଖିବାକୁ ସାମୁହିକ ଶପଥ ନେଲେ ଜିଲ୍ଲାପାଳ

ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ ହୋଇଛି କାର୍ଯ୍ୟକ୍ରମ । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ମାସେ ତମାମ ପାଳନ କରାଯାଇ ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ ହୋଇଛି କାର୍ଯ୍ୟକ୍ରମ । ପ୍ରଥମ ଦିବସରେ ଗୋପାଳପୁର ବେଳାଭୂମି ସମେତ ଜିଲ୍ଲାର ହିଞ୍ଜିଳିକାଟୁ, ବ୍ରହ୍ମପୁର ଭଳି ପ୍ରମୁଖ ଅଞ୍ଚଳରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରଚାର ପ୍ରସାର କରାଯାଇଥିବା ବେଳେ ଏହି ଅବସରରେ ସ୍ବଚ୍ଛତା ଅଭିଯାନ ଜାରି ରଖିବାକୁ ନେଇଥିଲେ ସାମୁହିକ ଶପଥ । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ଏକ ମାସ ତମାମ ପାଳନ କରାଯାଇ ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ।

ଗଞ୍ଜାମ ହେବ ପ୍ଲାଷ୍ଟିକମୁକ୍ତ, ସ୍ବଚ୍ଛତା ଜାରି ରଖିବାକୁ ସାମୁହିକ ଶପଥ ନେଲେ ଜିଲ୍ଲାପାଳ

‘ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ’ ସ୍ଲୋଗାନ ଦେଇ ପଞ୍ଚାୟତସ୍ତରଠାରୁ ଆରମ୍ଭ କରି ସହରାଞ୍ଚଳର ସମସ୍ତ ସ୍ଥାନରେ ସାମୁହିକ ଶପଥପାଠ କରାଯାଇଛି । ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ଦିନ ପ୍ଲାଷ୍ଟିକ ମୁକ୍ତି ଏବଂ ଜଳ ସ୍ବଚ୍ଛ ଦିବସ ପାଳନ ହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଶୁଭାରମ୍ଭ ଅବସରରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଶୋଭାଯାତ୍ରା ସହିତ ଶପଥ ପାଠ କରାଇଥିଲେ ।

ଜିଲ୍ଲାପାଳ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ପ୍ଲାଷ୍ଟିକ ବ୍ୟବହାର କମ କରନ୍ତୁ ଏବଂ ଯେଉଁ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର ଅପରିହାର୍ଯ୍ୟ ହେଉଛି ତାହାର ବ୍ୟବହାର ପରେ ସେଗୁଡିକର ପରିଚାଳନା ଯେପରି ସଠିକ ହୋଇପାରିବ ସେଥିନିମନ୍ତେ ତତ୍ପରତା ପ୍ରକାଶ କରନ୍ତୁ । ଏହସହ ପୋଖରୀ ଗୁଡିକର ସୌନ୍ଦର୍ଯ୍ୟ ଓ ସଫେଇ କରଣ ଦିଗରେ ଗୋଷ୍ଠୀଗତମାନଙ୍କର ସଂପୃକ୍ତି ନିହାତି ଆବଶ୍ୟକତା ରହିଥିବାରୁ ସେଥି ନିମନ୍ତେ ପୋଖରୀ କମିଟି ଗଠନ କରାଯାଇ ତାର ପରିଚାଳନା ଦାୟିତ୍ବ ପ୍ରଦାନ କରାଯିବ । ଜନସାଧାରଣଙ୍କର ସହଭାଗିତା ଦ୍ବାରା ହିଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.