ETV Bharat / state

Anniversary of Bharat Jodo Yatra: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

author img

By ETV Bharat Odisha Team

Published : Sep 8, 2023, 11:27 AM IST

Ganjam Congress Committee held meeting
Ganjam Congress Committee held meeting

ଭାରତ ଯୋଡ଼ ଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ସମାବେଶ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଅଧିକ ପଢନ୍ତୁ

Ganjam Congress Committee held meeting

ବ୍ରହ୍ମପୁର: କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଏକ ବର୍ଷ ପୂରିଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରଥମ ପୂର୍ତ୍ତି ମହାସମାବେଶ ଆୟୋଜିତ ହୋଇଯାଇଛି । ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ରାଜ୍ୟ ସରକାରୀଙ୍କ ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମବାସୀ ଥରେ କେନ୍ଦ୍ର ମନ୍ତ୍ରୀ ଏବଂ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ଦାଦନ ଛଡ଼ା ସେ ଆଉ କିଛି ଦେଇ ନାହାଁନ୍ତି ବୋଲି ସମାଲୋଚନା କରିଥିଲେ ତାରା । ସେହିପରି କେନ୍ଦ୍ର ସରକାର ୧୦ ବର୍ଷ ମଧ୍ୟରେ ଦେଶରେ ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ଏକଛତ୍ରବାଦ ଶାସନ,ଶ୍ରମିକ ମାରଣନୀତି ଏବଂ ସମ୍ବିଧାନର ବିରୋଧି କାର୍ଯ୍ୟ ସହିତ ବର୍ତ୍ତମାନ ଦେଶର ନାମକୁ ପରିବର୍ତ୍ତନ କରିବାକୁ ଯେଉଁ ଯୋଜନା ଚାଲିଛି ତାହାକୁ ନେଇ ତିବ୍ର ସମାଲୋଚନା କରିଥିଲେ ତାରା ।

ଏହା ମଧ୍ୟ ପଢନ୍ତୁ- Bharat Jodo Yatra: ଶଗଡ଼ରେ ବସି ରାଲି କରିଲେ ରାହୁଲ

ପ୍ରଥମେ ବ୍ରହ୍ମପୁର ସହରର କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ରାମଲିଙ୍ଗମ ପୋଖରୀ ନିକଟରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ ଦଳୀୟ କର୍ମୀ । ଜିଲ୍ଲାର କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶର ବିପତ୍ତି ସମୟରେ କଂଗେସ ଦଳର ଭୂମିକା ଉପରେ ବାଖ୍ୟା କରିବା ସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଦେଶର ଇତିହାସ, ପରମ୍ପରା ଓ ସମ୍ବିଧାନକୁ ଯେପରି ପରିବର୍ତ୍ତନ କରାଯାଉଛି ତାହା ଆଗାମୀ ଦିନରେ ଦେଶ ପ୍ରତି ଘୋର ବିପଦ ଘନେଇବାର ସମ୍ଭାବନା ରହିଥିବା ଦର୍ଶାଇ ସାଧାରଣ ଜନତା ଏଥି ପାଇଁ ଅଧିକ ସତର୍କ ହେବା ପାଇଁ ସେ ଆହ୍ବାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Bharat Jodo Yatra: ଯାଜପୁରର କୋରେଇରେ ପହଞ୍ଚିଲା କଂଗ୍ରେସର ପଦଯାତ୍ରା

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପିସିସି ମୁଖପାତ୍ର ପୀତବାସ ପଣ୍ଡା ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଦରଦାମ୍ ବୃଦ୍ଧି ଠାରୁ ଆରମ୍ଭ କରି ବେକାରୀ ସମସ୍ୟା, ଦାଦନ, ଶ୍ରମିକ ମାରଣନୀତିକୁ ତୀବ୍ର ସମାଲୋଚନ କରିଥିଲେ। ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା, ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କଂଗ୍ରେସ ଦଳର ନେତା ଭୋକାଲୀ ସେଠୀ, ବିଜୟ ସାହୁ ପ୍ରମୁଖ ସମାବେଶରେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.