ETV Bharat / state

ପ୍ଲାଷ୍ଟିକମୁକ୍ତ ହେବ ସିଲ୍କ ସିଟି, ସାଇକେଲରେ ବାହାରିଲେ ଜିଲ୍ଲାପାଳ

author img

By

Published : Feb 12, 2020, 9:40 AM IST

Updated : Feb 12, 2020, 9:52 AM IST

ganjam collector spread awareness against plastic
ରେଶମ ସହରରୁ ସଫା ହେବ ପ୍ଲାଷ୍ଟିକ: ସାଇକେଲରେ ବାହାରିଲେ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ଜିଲ୍ଲାପାଳ । ରାତି ଅଧିଆ ଦୋକାନ ଉପରେ ଚଢାଉ ପରେ ଆଜି ସାଇକେଲ ଯୋଗେ ଛତ୍ରପୁର ସହରର ବୁଲି ସ୍ଥିତି ପରଖିଛନ୍ତି । ଏହା ସହ 5ଟି ଦୋକାନ ଉପରେ ଜୋରିମାନା ଆଦାୟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ ।

ବ୍ରହ୍ମପୁର: ପ୍ଲାଷ୍ଟିକ ମୁକ୍ତ ମିଶନରେ ଗଞ୍ଜାମ ଜିଲ୍ଲାପାଳ । ସହରକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ସଚେତନ ସହ ତାଗିଦ କରୁଛନ୍ତି ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଗତକିଛି ପୂର୍ବରୁ ରାତି ଅଧିଆ ଚଢାଉ କରିବା ପରେ, ଆଜି ସାଇକେଲରେ ବାହାରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ। ସଦର ମହକୁମା ଛତ୍ରପୁର ସହରରେ ରହିଥିବା ବିଭିନ୍ନ ଦୋକାନକୁ ସାଇକେଲରେ ବୁଲି ଦେଖିବା ସହ ପ୍ଲାଷ୍ଟିକ ବ୍ୟବହାରକାରୀ କେତେକ ଦୋକାନରେ ଚଢାଉ କରିଥିଲେ । ଚା’ ଦୋକାନ ଠାରୁ ଆରମ୍ଭ କରି ପନିପରିବା ମାର୍କେଟ ଓ ବସଷ୍ଟାଣ୍ଡ ସବୁ ବୁଲି ଦେଖିଥିଲେ ।

ପ୍ଲାଷ୍ଟିକମୁକ୍ତ ହେବ ସିଲ୍କ ସିଟି, ସାଇକେଲରେ ବାହାରିଲେ ଜିଲ୍ଲାପାଳ

ବିଭିନ୍ନ ଦୋକାନଗୁଡିକରେ ପଲିଥିନ ବ୍ୟବହାର ସହ ରାସ୍ତା ଉପରେ ଅଳିଆ-ଆବର୍ଜନା ପକାଉଥିବା ଲୋକଙ୍କୁ ତାଗିଦ ମଧ୍ୟ କରିଥିଲେ କୁଲାଙ୍ଗେ । ଅଳିଆ ଆବର୍ଜନା ପକାଉଥିବା 5ଜଣ ଦୋକାନୀଙ୍କୁ ଜୋରିମାନା ପକାଇଥିଲେ । ଏଥିସହ ଦୋକାନୀମାନଙ୍କୁ ଡ୍ରେନରେ ମଇଳା ନ ପକାଇ ଡଷ୍ଟବିନ ବ୍ୟବହାର କରିବାକୁ ମଧ୍ୟ ସଚେତନ କରିଥିଲେ । ଏପରିକି ପଲିଥିନ, ପ୍ଲାଷ୍ଟିକ ବ୍ୟବହାର ବେଆଇନ ହୋଇଥିବାରୁ ଭବିଷ୍ୟତରେ ଯଦି କୌଣସି ଦୋକାନୀରେ ପ୍ଲାଷ୍ଟିକ ଦେଖିବାକୁ ମିଳେ, ତେବେ ସେମାନଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ।

ଗତକିଛି ତଳେ ଜିଲ୍ଲାପାଳ ବ୍ରହ୍ମପୁର ମହାନଗରରେ ରାତ୍ର ସମୟରେ ବୁଲି ଲୋକଙ୍କୁ ଆବର୍ଜନା ବାହାରେ ନ ପକାଇବା ପାଇଁ ସଚେତନ କରିବା ସହ ଜରିମାନା ଆଦାୟ କରିଥିଲେ । ରେଶନ ସହର ପରେ ଜିଲ୍ଲାପାଳଙ୍କ ଛତ୍ରପୁର ସହର ପରିଦର୍ଶନ କରିବା ସମୟରେ ଏନଏସି କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Feb 12, 2020, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.