ETV Bharat / state

IPL Betting Raid: ୪ ଗିରଫ, ୬ ଫେରାର

author img

By

Published : May 30, 2022, 10:42 PM IST

IPL Betting Raid : ୪ ଜଣ ଗିରଫ, ୬ ଫେରାର
IPL Betting Raid : ୪ ଜଣ ଗିରଫ, ୬ ଫେରାର

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଏକ ବଡଧରଣର ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସ ଚଢାଉ କରିଥିଲା । ୪ ଜଣ ଗିରଫ ହୋଇଥିବାବେଳେ ୭ ଲକ୍ଷ ୬୦ ହଜାର ଟଙ୍କା ସହ ୬ ମୋବାଇଲ ଜବତ । ଅଧିକ ପଢନ୍ତୁ

ଭଞ୍ଜନଗର: ଚଳିତ ଆଇପିଏଲର ଫାଇନାଲ ମ୍ୟାଚରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଲିଥିଲା ବଡଧରଣ ବେଟିଙ୍ଗ । ଲାଗିଥିଲା ଲକ୍ଷ ଲକ୍ଷ ଟଙ୍କା । ଆଉ ଏହି ଆଇପିଏଲ ବେଟିଙ୍ଗ ବେଳେ ଆସିକା ପୋଲିସ ଚଢ଼ାଉ ୪ ଜଣଙ୍କୁ ଗିରଫ କରିଛି । ଜବତ ହେଲା ୭ ଲକ୍ଷ ୬୦ ହଜାର ଟଙ୍କା ସହ ୬ ମୋବାଇଲ । ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣ ୬ ଫେରାର ଅଛନ୍ତି ।

IPL Betting Raid : ୪ ଜଣ ଗିରଫ, ୬ ଫେରାର

ସୂଚନା ମୁତାବକ, ଗତକାଲି(ରବିବାର) ସନ୍ଧ୍ୟା ସମୟରେ ଆସିକା ସୁବର୍ଣ୍ଣଶ୍ୱେର ମନ୍ଦିର ନିକଟରେ ଆଇପିଏଲ ବେଟିଂ ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଆସିକା ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପାଟ୍ରୋଲିଂ ଟିମ ସେଠାରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଖେଳାଳୀମାନେ । ତେବେ ପୋଲିସ ଘଟଣା ସ୍ଥଳରୁ ଆଇପିଏଲ ବେଟିଂରେ ସମ୍ପୃକ୍ତ ୪ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା l ସେମାନଙ୍କ ନିକଟରୁ ୭ ଲକ୍ଷ ୬୦ ହଜାର ଟଙ୍କା ସହିତ ୬ଟି ମୋବାଇଲ ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇପିଏସ ନଚିକେତ ସେଲକେ । ସେପଟେ ଫେରାର ୬ ଜଣ ଜଣଙ୍କୁ ଖୋଜୁଛି ପୋଲିସ । ଯୁବପିଢ଼ି ଏହିଭଳି ଅନଲାଇନ ବେଟିଂ ଠାରୁ ଦୂରେଇ ରହିବାକୁ ସଚେତନ କରିଛନ୍ତି ଆଇପିଏସ ଅଧିକାରୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.