ETV Bharat / state

ଲଘୁଚାପ ବର୍ଷାରେ ପଚିଗଲା ପାଚିଲା ଧାନ, ହତାଶ ଚାଷୀକୂଳ

author img

By

Published : Nov 16, 2021, 4:32 PM IST

ଲଘୁଚାପ ବର୍ଷାରେ ହତାଶ ଚାଷୀକୂଳ
ଲଘୁଚାପ ବର୍ଷାରେ ହତାଶ ଚାଷୀକୂଳ

ଲଘୁଚାପ ବର୍ଷାରେ ହତାଶ ହୋଇପଡ଼ିଛି ଚାଷୀକୂଳ । ଗଞ୍ଜାମ ଜିଲ୍ଲା ଗାମୁଣ୍ଡି ଗ୍ରାମରେ ଶହ ଶହ ଏକର ଜମି ନଷ୍ଟ ହୋଇଥିବା ଯୋଗୁଁ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଭଞ୍ଜନଗର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଛି ଚାଷୀର ମେରୁଦଣ୍ଡ । ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ଚାଷ ଜମିରେ ଲହଡା ମାରୁଛି ବର୍ଷା ପାଣି । ଗାମୁଣ୍ଡି ଗ୍ରାମରେ ଥିବା ସନ୍ତରା ନାଳରେ ଠିକ ଭାବେ ପାଣି ନିଷ୍କାସିତ ହୋଇପାରୁ ନଥିବାରୁ ଶହ ଶହ ଏକର ଜମିରେ ବନ୍ୟା ପାଣି ଲହଡି ମାରୁଥିବା ବେଳେ ସୁନାର ଫସଲକୁ ହରାଇ ଏବେ ଚାଷୀମାନେ ସରକାରଙ୍କ ସାହାଯ୍ୟ ଲୋଡି଼ଛନ୍ତି ।

ଲଘୁଚାପ ବର୍ଷାରେ ହତାଶ ଚାଷୀକୂଳ

ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇ ତଳି ପକାଇବା ସହିତ ଧାନ ରୋଇଥିଲା ଏବଂ ବହୁ କଷ୍ଟରେ ସାର ସଂଗ୍ରହ କରି ଜମିରେ ପକାଇଥିଲା କିନ୍ତୁ ଠିକ ଅମଳ ସମୟରେ ଦଇବ ସାଜିଲା ଦାଉ । କେହି ଧାନ କାଟି ଦେଇଥିଲା ତ କେହି ଧାନ କାଟିବା ପାଇଁ ସଜବାଜ ହେଉଥିଲା । ଠିକ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଲଘୁଚାପ ଜନିତ ଲଗାଣ ବର୍ଷାରେ କାହାର ଧାନ ଶୋଇପଡ଼ିଥିବା ବେଳେ କାହାର ବିଲରେ ଅଣ୍ଟେପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି ।

ସ୍ବଳ୍ପ ବୃଷ୍ଟିରେ ମଧ୍ୟ ଚାଷୀ ଆଶା ରଖିଥିଲା ଭଲ ଖନ୍ଦ ହୋଇଛି ୨ ପଇସା ରୋଜଗାର ହେବା ସାଙ୍ଗକୁ ବର୍ଷସାରା ଚଳିବାରେ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ସେହି ଆଶା ଆଶାରେ ହିଁ ରହିଗଲା । ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ଧାର କରଜ କରିଥିବା ଟଙ୍କା କିପରି ସୁଜିବ ତା ସହିତ ସାହୁକାରଙ୍କ ଧାନ କିପରି ପୈଠ କରିବ। ସୁନାର ଫସଲକୁ ହରାଇ ଏବେ ସରକାରୀ ସାହାଯ୍ୟକୁ ଅନାଇ ବସିଛି ଚାଷୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.