ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ

author img

By

Published : Feb 8, 2023, 4:37 PM IST

ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ
ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ରେଞ୍ଜ ଅନ୍ତର୍ଗତ ଲେଙ୍ଗଡା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ମାଈ ହାତୀଟିର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଗଞ୍ଜାମ: ରାଜ୍ୟରେ ପୁଣି ଆଉ ଏକ ହାତୀ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ରେଞ୍ଜ ଅନ୍ତର୍ଗତ ଲେଙ୍ଗଡା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ମାଈ ହାତୀଟିର ମୃତ୍ୟୁ ଘଟିଛି । ଗତ 4ତାରିଖରୁ ହାତୀଟିର ଚିକିତ୍ସା ଚାଲିଥିଲା । ନନ୍ଦନକାନନରୁ ଏକ ବିଶେଷଜ୍ଞ ଦଳ ଆସି ଚିକିତ୍ସା କରୁଥିଲେ । ହେଲେ ଚାରି ଦିନ ସଂଘର୍ଷ କରିବା ପରେ ଆଜି(ବୁଧବାର) ସକାଳେ ହାତୀର ମୃତ୍ୟୁ ଘଟିଛି ।

ଗ୍ୟାଲେରୀ ରେଞ୍ଜ ଲେଙ୍ଗଡ଼ା ଗ୍ରାମ ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀକୁ ଠାବ କରି ଚିକିତ୍ସା କରାଯାଇଥିଲା । ପ୍ରଥମେ ସ୍ଥାନୀୟ ଡାକ୍ତର ଚିକିତ୍ସା କରୁଥିବାବେଳେ ପରେ ନନ୍ଦନକାନନରୁ ଏକ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଁଞ୍ଚି ହାତୀର ଚିକିତ୍ସା ଜାରି ରଖିଥିଲେ । ନନ୍ଦନକାନନ ବିଶେଷଜ୍ଞ ଟିମ ପରେ ଜାଣିବାକୁ ପାଇଥିଲେ ଯେ ହାତୀର ପାଟିରେ ସଂକ୍ରମଣ ହୋଇଛି । ଏଥିସହ ସଂକ୍ରମଣ ସ୍ଥାନରେ ପୋକ ଲାଗିରହିଥିବାରୁ ଅସ୍ତ୍ରୋପ୍ରଚାର କରି ତାହାକୁ ସଫା କରିଥିଲେ । ଏହାପରେ ହାତୀର ଚେତା ଫେରେଇବା ପାଇଁ ବନବିଭାଗ କର୍ମଚାରୀଙ୍କ ସହିତ ବିଶେଷଜ୍ଞ ଦଳ ପ୍ରୟାସ କରିଥିଲେ। ଡାକ୍ତରଙ୍କ ସୂଚନା ଅନୁଯାୟୀ ପାଟି ସଂକ୍ରମଣ ଯୋଗୁଁ ହାତୀଟି ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇ ପଡ଼ିଥିଲା । ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବନବିଭାଗ କର୍ମଚାରୀମାନେ ହାତୀ ନିକଟରେ ତରଭୁଜ, କଦଳୀ ଏବଂ ବିଭିନ୍ନ ମେଡ଼ିସିନ ଦେବା ସହ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରିଥିଲେ । କିନ୍ତୁ ହାତୀଟିର ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଏହା ବି ପଢନ୍ତୁ....ଖୋର୍ଦ୍ଧାରୁ 56 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ 4 ଗିରଫ

ରାଜ୍ୟରେ କ୍ରମାଗତ ବଢିବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା । ନିକଟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂଗ ବନାଞ୍ଚଳ ମାଣପୁର ଗ୍ରାମ ନିକଟ ଚାଷ ଜମିରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଥିଲା । ହେଲେ ଦନ୍ତା ହାତୀଟି କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ପରେ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l ହାତୀର ସୁରକ୍ଷା ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଗାଁ ଗାଁରେ ବନସୁରକ୍ଷା ସମିତି ଗଠନ କରାଯାଇଛି ତଥାପି ବନ୍ୟଜନ୍ତୁଙ୍କ ମୃତ୍ୟୁହାର କମିବାର ନାଁ ଧରୁନି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.