ETV Bharat / state

କୋରୋନାରେ ଆଖି ବୁଜିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅଧିକାରୀ

author img

By

Published : Aug 16, 2020, 5:14 PM IST

ଗଞ୍ଜାମରେ କୋରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ । ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବି . କ୍ରିଷ୍ଣା ରବିବାର ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଗଞ୍ଜାମରେ ପ୍ରଥମ ଡାକ୍ତର କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କୋରୋନା
ଗଞ୍ଜାମରେ ପ୍ରଥମ ଡାକ୍ତର କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କୋରୋନା

ବ୍ରହ୍ମପୁର: କୋରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ । ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇ ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି ।

ଗଞ୍ଜାମରେ ପ୍ରଥମ ଡାକ୍ତର କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କୋରୋନା
ଗଞ୍ଜାମରେ ପ୍ରଥମ ଡାକ୍ତର କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କୋରୋନା

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ରହିଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କୋରୋନା ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪୫ ବର୍ଷୀୟ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବି . କ୍ରିଷ୍ଣା ରବିବାର ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନାଥାଉକି ଗତ ୪ ତାରିଖରେ ସ୍ବର୍ଗତ ଡାକ୍ତର ବି. କ୍ରିଷ୍ଣା ପୁରୁଷୋତ୍ତମପୁର ବ୍ଲକ ରାଣୀ ଗ୍ରାମ ଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ବାବ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ଗତ ୫ତାରିଖରେ ଭୁବନେଶ୍ବର କିମସ ହସପିଟାଲରେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

ଗଞ୍ଜାମରେ ପ୍ରଥମ ଡାକ୍ତର କୋଭିଡ ଯୋଦ୍ଧାଙ୍କ ଜୀବନ ନେଲା କୋରୋନା

ଜିଲ୍ଲାର କୋରୋନା ଯୋଦ୍ଧା ଭାବରେ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ସାରା ଜିଲ୍ଲାରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପହଞ୍ଚିବା ପରେ ଉଭୟ ଭାଟକୁମରଡା ଓ ପୁରୁଷୋତ୍ତମପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଶୋକର ଛାୟା ଖେଳିଯାଇଛି । ଏନେଇ ସ୍ବାସ୍ଥକେନ୍ଦ୍ରର କର୍ମଚାରୀ ଓ ଡାକ୍ତର ମାନେ ଶୋକ ପ୍ରକାଶ କରିବା ସହ ଅମର ଅତ୍ମାର ସଦଗତି କାମନା କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.