ETV Bharat / state

Panchayat election: କୁକୁଡାଖଣ୍ଡି ବ୍ଲକରେ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର

author img

By

Published : Feb 14, 2022, 2:45 PM IST

candidate campaign for panchayat election in kukudakhandi
panchayat election: କୁକୁଡାଖଣ୍ଡି ବ୍ଲକରେ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି। ଏହାକୁ ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଳକର ଜଗଦଲପୁର ପଞ୍ଚାୟତରେ ଚାଲିଛି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି। ଏହାକୁ ଲକ୍ଷ୍ୟ ରଖି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଜଗଦଲପୁର ପଞ୍ଚାୟତରେ ଚାଲିଛି ପ୍ରାର୍ଥୀଙ୍କ ଯୋରଦାର ପ୍ରଚାର ।

panchayat election: କୁକୁଡାଖଣ୍ଡି ବ୍ଲକରେ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର

ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ପ୍ରତିଶୃତି ଦେଇ ପ୍ରାର୍ଥୀମାନଙ୍କ ହେଭିୱେଟ ପ୍ରଚାର ଚାଲୁଛି। ନିର୍ବାଚନର 36 ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯାଇଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀଙ୍କ ପାଖରେ ଆଉ କିଛି ସମୟ ରହିଛି। ଏହାରି ଭିତରେ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଜଗଦଲପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଏ.ତପସ୍ବିନୀ ପାତ୍ର ନିଜର ସମର୍ଥକଙ୍କୁ ନେଇ ପ୍ରଚାର ଜାରି ରଖିଛନ୍ତି ।

ସେହିପରି କୁକୁଡାଖଣ୍ଡି ବ୍ଳକର ମସିହାଖାଲି ପଞ୍ଚାୟତରେ ମଧ୍ୟ ପ୍ରାର୍ଥୀଙ୍କ ଜୋରସୋର ପ୍ରଚାର ଦେଖିବାକୁ ମିଳୁଛି। ମସିହାଖାଲି ପଞ୍ଚାୟତରେ ସମିତିସଭ୍ୟା ପ୍ରାର୍ଥନୀ ଭାବେ ପ୍ରିୟମ୍ବଦା ପାଢ଼ୀ ନିଜର ସମର୍ଥକଙ୍କୁ ନେଇ ପ୍ରଚାର ଜାରି ରଖିଛନ୍ତି । ଏବଂ ଅଞ୍ଚଳରେ ଜନକଲ୍ୟାଣ କାର୍ଯ୍ୟର ପ୍ରତିଶୃତି ଦେଇ ଜନତାଙ୍କଠାରୁ ଭୋଟ ହୋତେଇବା ପାଇଁ ଦେଖାଦେଉଛି କଡ଼ା ଟକ୍କର।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.