ETV Bharat / state

ହନୁମାନ ଚାଳିଶା ପାଠ କଲେ ଅମଲା ସଂଘ

author img

By

Published : Jun 17, 2023, 7:48 PM IST

ହନୁମାନ ଚାଳିଶା ପାଠ କଲେ ମିଳିତ ଅମଲା ମଞ୍ଚ
ହନୁମାନ ଚାଳିଶା ପାଠ କଲେ ମିଳିତ ଅମଲା ମଞ୍ଚ

ନିଜର ଦାବି ପୂରଣ ପାଇଁ ଆନ୍ଦୋଳନସ୍ଥଳରେ ହନୁମାନ ଚାଳିଶା ପାଠ କଲେ ମିଳିତ ଅମଲା ମଞ୍ଚ । ଦାବିପୂରଣ ନହେଲେ ହିଞ୍ଜିଳିରେ ହେବ ସମାବେଶ । ଅଧିକ ପଢ଼ନ୍ତୁ

ହନୁମାନ ଚାଳିଶା ପାଠ କଲେ ମିଳିତ ଅମଲା ମଞ୍ଚ

ବ୍ରହ୍ମପୁର: ନିଜର ଏକମାତ୍ର ଦାବି ଗ୍ରେଡ୍ ପେ-୪୨୦୦ ପ୍ରଦାନ କରିବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି ଅମଲା ସଂଘ । ମିଳିତ ଅମଲା ମଞ୍ଚର ଆନ୍ଦୋଳନ ଇତିମଧ୍ୟରେ 17 ଦିନରେ ପହଞ୍ଚିଛି । ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ ସ୍ଥଳର ହନୁମାନ ଚାଳିଶା ପାଠ କରିଛନ୍ତି ମିଳିତ ଅମଲା ମଞ୍ଚର କର୍ମକର୍ତ୍ତାମାନେ । ରାଜ୍ୟର ପ୍ରାୟ ୩୨ ଗୋଟି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ନିଜର ଦାବି ପୂରଣ କରିବା ପାଇଁ ନିଜର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ବେଲେ ବ୍ରହ୍ମପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଆନ୍ଦୋଳନରେ ସମସ୍ତ ଆନ୍ଦୋଳନରତ ଅମଲାମାନେ ସାମୁହିକ ଭାବରେ 108 ହନୁମାନ ଚାଳିଶା ପାଠ କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଠାରେ ରାଜ୍ୟର 30 ଗୋଟି ଜିଲ୍ଲାର ଅମଲାମାନଙ୍କୁ ଏକତ୍ରିତ କରି 30 ହଜାର କର୍ମଚାରୀଙ୍କୁ ନେଇ ସମାବେଶ କରାଯିବା ସହିତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବାର ଚେତାବନୀ ଦେଇଛନ୍ତି ଅମଲା ।

ଗୋଟିଏ ପଟେ ଅମଲାମାନଙ୍କ ଆନ୍ଦୋଳନ ସହିତ ଗୋଟିଏ ଦଫା ଦାବି ପୂରଣ ପାଇଁ ସରକାରଙ୍କ ଉପରେ ଚାପ ପଡୁଥିବା ବେଳେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସେପଟେ ରାଜ୍ୟର କେଉଁଠି ଅମଲାମାନେ ବିଭିନ୍ନ ସ୍ଥାନର ଅନେକ ପ୍ରକାର ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରୁ ଆରମ୍ଭ କରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବ ଭଞ୍ଜନଗର ଠାରେ ଆନ୍ଦୋଳନ ଜାରି ରହିଛି ।

ଯୋଗ୍ୟତା ଭିତ୍ତିରେ ସରକାରଙ୍କ ଅନ୍ୟ ବର୍ଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ଭଳି ଅମଲାମାନଙ୍କୁ ଦରମା ପ୍ରଦାନ କରିବାକୁ ଜାରି ରଖିଛନ୍ତି ଏଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ । ଯାହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ସମସ୍ତ ସରକାରୀ କାର୍ଯ୍ୟାଳୟରେ । ଗତ କିଛି ମାସ ଧରି କ୍ରମାଗତ ଭାବରେ ରାଜ୍ୟରେ ସରକାରଙ୍କ ଉପରେ ଚାପ ପକାଇ ଆସୁଥିବା ମିଳିତ ଅମଲା ସଂଘ ନିଜର ଦାବି ପ୍ରତି ସରକାର ଦୃଷ୍ଟି ନଦେବାରୁ ଜୁନ୍ ପହିଲାରୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦେବାକୁ ନେଇ ସଂଘ ପକ୍ଷରୁ ଜାରି ରହିଛି ଆନ୍ଦୋଳନ । ଏଣୁ ସରକାର ଅମଲାମାନଙ୍କ ଦାବି ପୂରଣ ପ୍ରଦାନ କରିବା ପାଇଁ ଖୁବ୍ ଶ୍ରୀଘ୍ର ଆଲୋଚନା କରିବାକୁ ଆଶା ରଖିଛନ୍ତି ସଂଘର କର୍ମକର୍ତ୍ତାମାନେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.