ETV Bharat / state

ବିଜେଡି ନେତା ଲଳିତ ମହାପାତ୍ର ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

author img

By

Published : Jul 1, 2023, 9:14 PM IST

ଦିଗପହଣ୍ଡି ବିଜେଡି ନେତା ଲଳିତ ମହାପାତ୍ର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ରାମକୃଷ୍ଣ ମିଶ୍ରକୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡ ପରେ ଦୀର୍ଘ ଦିନ ଧରି ଫେରାର ଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ
ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

ଲଳିତ ମହାପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ


ବ୍ରହ୍ମପୁର: ଦିଗପହଣ୍ଡି ବିଜେଡି ନେତା ଲଳିତ ମହାପାତ୍ର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ହୋଇଛି। ଅଭିଯୁକ୍ତ ରାମକୃଷ୍ଣ ମିଶ୍ରକୁ ବ୍ରଜରାଜନଗର ରେଳଷ୍ଟେସନରୁ ଗିରଫ କରିଛି ପୋଲିସ। ଗତ ୨୦ ତାରିଖ ଦିନ ସନ୍ଧ୍ୟା ସମୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଖମାରି ଗାଁ ନିକଟରେ ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କୁ କାର୍ ଚଢାଇ ହତ୍ୟା ପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା। ଏହା ସହିତ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଜଣକ କେଉଁ ଆଡେ ଫେରାର ହୋଇଯାଇଥିଲା। ହେଲେ ଘଟଣାକୁ ନେଇ ବ୍ରହ୍ମପୁର ପୋଲିସ, କେ.ନୂଆଗାଁ ଥାନା ପୋଲିସ ମିଳିତ ଭାବେ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁସାରେ, ବିଜେଡି ନେତା ଲଳିତ ମହାପାତ୍ର ସହିତ ରାମକୃଷ୍ଣ ମିଶ୍ରଙ୍କ କୌଣସି ଘଟଣାକୁ ନେଇ କଠା କଟାକଟି ହୋଇଥିଲା। ଏପରିକି ଗ୍ରାମବାସୀଙ୍କ ଉପସ୍ଥିତିରେ ଗଣ୍ଡଗୋଳ ହୋଇଥିବାବେଳେ ଲଳିତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ରାମକୃଷ୍ଣ ମିଶ୍ର। ଆଉ ସେହି ସମୟରେ ଘଟଣାସ୍ଥଳରୁ ହିଁ ଲଳିତ ନିଜ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ କିଛିବାଟ ଯିବା ପରେ ତାଙ୍କୁ ପଛପଟୁ ନିଜ କାରରେ ଧକ୍କା ଦେଇଥିଲା ରାମକୃଷ୍ଣ। ଘଟଣାସ୍ଥଳରେ ଲଳିତଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଅଭିଯୁକ୍ତ ରାମକୃଷ୍ଣ ଫେରାର ହୋଇଯାଇଥିଲା।

ଏହା ମଧ୍ୟ ପଢନ୍ତୁ...ଝାରପଡା ଗୁଳିମାଡ଼ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ


ଏହି ଘଟଣା ପରେ ବ୍ରହ୍ମପୁର ପୋଲିସ ଓ କେ.ନୂଆଗାଁ ଥାନା ପୋଲିସଙ୍କ ମିଳିତ ତଦନ୍ତ ଜାରି ରହିଥିଲା। ଅଭିଯୁକ୍ତ ଜଣକ ନିଜ କାରରେ ବ୍ରହ୍ନପୁର ଆସି ରେଳଷ୍ଟେସନରେ ଗାଡିକୁ ରଖି ଟ୍ରେନ ଯୋଗେ ହରିଦ୍ୱାର ଚାଲିଯାଇଥିବା ଖବର ପାଇଥିଲା ପୋଲିସ । ହେଲେ ପୁଣି ଥରେ ଅଭିଯୁକ୍ତ ରାମକୃଷ୍ଣ ମିଶ୍ର ବ୍ରଜରାଜନଗର ଆସି ସେଠାରୁ ପୁଣି ଅନ୍ୟତ୍ର କେଉଁ ଆଡେ ଯିବା ପାଇଁ ଉଦ୍ୟମ କରୁଥିବା ଖବର ପାଇ ପୋଲିସ୍ ଟିମ ଅତର୍କିତ ଚଢାଉ କରିବା ସହ ଗିରଫ କରିଥିବା ଜଣାଯାଇଛି । ସେପଟେ ହତ୍ୟାକାଣ୍ଡର ସମସ୍ତ ପ୍ରମାଣ ପୋଲିସ ପାଖରେ ରହିଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଏହାସହ ହତ୍ୟାରେ ବ୍ୟବହୃତ କାରକୁ ପୋଲିସ ଜବତ କରିଥିବାବେଳେ ଏହି ଘଟଣାର ସାଇଣ୍ଟିଫିକ୍ ରିପୋର୍ଟ ଏବଂ ଅନ୍ୟାନ୍ୟ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ତେବେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଅପରାଧ ବଢିଚାଲିଛି। ଏହାରି ମଧ୍ୟରେ 6 ଟି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ତେବେ ଆଜି ରାମକୃଷ୍ଣ ମିଶ୍ରକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.