ETV Bharat / state

ଆତ୍ମନିର୍ଭର ହେବାର ପଥ ଦେଖାଉଛି ବ୍ରହ୍ମପୁର ଆଇଟିଆଇ, ୱେଷ୍ଟ ଟୁ ୱେଲଥରେ କଳାକୃତି ଦେଖାଇଲେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Dec 9, 2023, 7:53 AM IST

ଆତ୍ମନିର୍ଭର ଭାରତର ଏନ୍ତୁଡିଶାଳ ବ୍ରହ୍ମପୁର ଆଟିଆଇ ,ୱେଷ୍ଟ ଟୁ ୱେଲଥ୍ ପ୍ରଦର୍ଶନୀ
ଆତ୍ମନିର୍ଭର ଭାରତର ଏନ୍ତୁଡିଶାଳ ବ୍ରହ୍ମପୁର ଆଟିଆଇ ,ୱେଷ୍ଟ ଟୁ ୱେଲଥ୍ ପ୍ରଦର୍ଶନୀ

Waste 2 Wealth Symposium:ବ୍ରହ୍ମପୁର ଆଇଟିଆଇ ୱେଷ୍ଟ ଟୁ ୱେଲଥ୍ ପ୍ରଦର୍ଶନୀ । ଏଠାରେ ଛାତ୍ରଛାତ୍ରୀମାନେ ଶିଳ୍ପ ତାଲିମ ପାଇବା ସହ ନିଜର ଜ୍ଞାନ କୌଶଳ ଲଗାଇ ଅର୍ଥ ଉପାର୍ଜନର ପନ୍ଥା ମଧ୍ୟ ଶିଖିବାକୁ ପାଉଛନ୍ତି । ଅଧିକ ପଢନ୍ତୁ

ଆତ୍ମନିର୍ଭର ଭାରତର ଏନ୍ତୁଡିଶାଳ ବ୍ରହ୍ମପୁର ଆଟିଆଇ ,ୱେଷ୍ଟ ଟୁ ୱେଲଥ୍ ପ୍ରଦର୍ଶନୀ

ବ୍ରହ୍ମପୁର: ନଷ୍ଟରୁ ଶ୍ରେଷ୍ଠ । ଏଭଳି ବାର୍ତ୍ତା ନେଇ ଗତ କିଛି ବର୍ଷ ଧରି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଅନେକ ରେକର୍ଡ ସୃଷ୍ଟି କରିଛି । ବିଭିନ୍ନ ପ୍ରକାର ସ୍କ୍ରାପ୍ ସାମଗ୍ରୀକୁ ନେଇ ଛାତ୍ରଛାତ୍ରୀମାନେ ଭଳିକି ଭଳି କଳାକୃତି ପ୍ରସ୍ତୁତ କରିବା ସହ ଅର୍ଥ ଉପାର୍ଜର ପନ୍ଥା ମଧ୍ୟ ଶିଖିବାକୁ ପାଉଛନ୍ତି । ଯାହାକି ରାଜ୍ୟ ତଥା ଦେଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ସକ୍ଷମ ହୋଇଛି । ଏହି କ୍ରମରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଆହୁରୀ ଅଧିକ ଦକ୍ଷତା ବୃଦ୍ଧି ସହିତ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ତାଲିମଦାତାମାନଙ୍କୁ ନେଇ ଆୟୋଜିତ ହୋଇଛି ୱେଷ୍ଟ ଟୁ ୱେଲଥ୍ ପ୍ରଦର୍ଶନୀ ।

ବିଦ୍ୟାର୍ଥୀ ଓ ପ୍ରଶିକ୍ଷକମାନେ ନିଜର ଶିକ୍ଷାନୁଷ୍ଠାନର ବିଭିନ୍ନ ପ୍ରୟୋଗଶାଳାରେ ନଷ୍ଟରୁ ଶ୍ରେଷ୍ଠ ବାର୍ତ୍ତା ନେଇ ପ୍ରସ୍ତୁତ କରିଥାନ୍ତି ଭଳିକି ଭଳି ସାମଗ୍ରୀ ଓ ପ୍ରତିକୃତି । ସହର ସମେତ ଆଖପାଖରେ ପଡି ରହୁଥିବା ଇ.ଆବର୍ଜନା ଠାରୁ ଆରମ୍ଭ କରି ଟାୟାର୍, ବୋତଲ, ଠିପି, କୋଠାବାଡ଼ିର ଭଗ୍ନ ସାମଗ୍ରୀ, ପ୍ଲାଷ୍ଟିକ ଭଳି ଅନେକ ବର୍ଜ୍ୟବସ୍ତୁକୁ ନେଇ କିଭଳି ନାନା ପ୍ରକାରର ବ୍ୟବହାର ଉପ‌ଯୋଗୀ ସାମଗ୍ରୀ ପ୍ରସ୍ତୁତ ହୋଇପାରୁଛି । ତାହାକୁ ସାଧାରଣ ଜନତାଙ୍କ ସମୁଖରେ ପ୍ରଦର୍ଶିତ କରିଛନ୍ତି ଅନୁଷ୍ଠାନର ବିଦ୍ୟାର୍ଥୀ ।

ଗତ କିଛି ବର୍ଷ ଧରି ସାରା ରାଜ୍ୟ ତଥା ଦେଶରେ ନଷ୍ଟ ବୋଲି ଯେଉଁ ସାମଗ୍ରୀକୁ ଏଣେ ତେଣେ ଫୋପାଡି ଦିଆଯାଇଥାଏ । ତାହାକୁ ସଂଗ୍ରହ କରି ଏଠାକାର ବିଦ୍ୟାର୍ଥୀମାନେ ସାମାନ୍ୟ ଜ୍ଞାନ କୌଶଳକୁ ବ୍ୟବହାର କରି ତାହାକୁ ସୁନ୍ଦର ସୁନ୍ଦର ପ୍ରତିକୃତି ଏବଂ ଘରର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ଅନୁଷ୍ଠାନର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ.....ପ୍ଲାଷ୍ଟିକ ବୋତଲରୁ 23 ଫୁଟର ଆକର୍ଷଣୀୟ ହାତୀ, କମାଲ କଲେ ITI ବିଦ୍ୟାର୍ଥୀ

ସେପଟେ ବିଦ୍ୟାର୍ଥୀ ମାନେ ପ୍ରସ୍ତୁତ କରିଥିବା ଏହି ସାମଗ୍ରୀ ଗୁଡିକୁ ଜନସାଧାରଣ କ୍ରୟ କରିପାରିବାକୁ ବ୍ୟବସ୍ଥା କରାଯାଇଛି । ଏଥିସହ ଏଭଳି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ମାନେ ଯୋଗଦାନ କରି କିପରି ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ତାଲିମ ଦିଆଯାଉଛି ତାହାକୁ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ବର୍ଯ୍ୟବସ୍ତୁକୁ ସାମାନ୍ୟ ଜ୍ଞାନକୌଶଳ ପ୍ରଯୋଗ ଯେ ଏଭଳି ଉତ୍କୃଷ୍ଟ ଘର ସଜ୍ଜା ସାମଗ୍ରୀ ହୋଇପାରିବ ତାହାକୁ ପ୍ରମାଣିତ କରିବାରେ ସକ୍ଷମ ହୋଇଥିବା ବ୍ରହ୍ମପୁର ସରକାରୀ ଆଟିଆଇ ଶିକ୍ଷା ଅନୁଷ୍ଠାନ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।


ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.