ETV Bharat / state

କୋରୋନାରେ ଆଖି ବୁଜିଲେ ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ

author img

By

Published : Jun 1, 2021, 8:16 AM IST

ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ
ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅଧିନରେ ଥିବା ପଦରବାଲି ଅଞ୍ଚଳରେ ଜଣେ ଅଙ୍ଗନୱାଡି କର୍ମୀ ଦୀପ୍ତିମୟୀ ଦେବୀ କୋରୋନାରେ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଦିନକୁ ଦିନ ସାଙ୍ଘାତିକ ହେଉଛି କୋରୋନାର ଦ୍ବିତୀୟ ଲହର । ମହାମାରୀ କେତେ ଯେ ଜୀବନ ନେଲାଣି ତାହା ହିସାବ ବାହାରେ । ଏ ଭିତରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ଜୀବନ ନେଇଛି କିଲର କୋରୋନା । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅଧିନରେ ଥିବା ପଦରବାଲି ଅଞ୍ଚଳରେ ଜଣେ ଅଙ୍ଗନୱାଡୀ କର୍ମୀ ଦୀପ୍ତିମୟୀ ଦେବୀ କୋରୋନାରେ ଆଖି ବୁଜିଛନ୍ତି ।

ସେ କିଛିଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦିପ୍ତିମୟୀ ଦେବୀ ଗର୍ଭବତୀ ଥିଲେ ଓ ସନ୍ତାନ ଜନ୍ମ କରିବା ପରେ କୋଭିଡ ହସ୍ପିଟାଲରେ ହିଁ ତାଙ୍କର ମୃତ୍ୟୁ ହୋଇଛି । କୋଭିଡ୍ ଗାଇଡଲାଇନ ଅନୁସାରେ ବ୍ରହ୍ମପୁରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସଂସ୍କାର ସମୟରେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ସିଡିପିଓ କୁସୁମ କୁମାରୀ ସାହୁଙ୍କ ସମେତ ବହୁ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦାନ କରିଥିଲେ । ମୃତ ଅଙ୍ଗନୱାଡି କର୍ମୀ ଜଣଙ୍କ ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.