ETV Bharat / state

ଦୁଇ ବାଇକକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ, ୨ ମୃତ

author img

By

Published : Jan 29, 2023, 10:15 AM IST

A truck collide with bike
ବାଇକକୁ ଧକ୍କା ଦେଲା ଟ୍ରକ

ବାଇକକୁ ଧକ୍କା ଦେଲା ଟ୍ରକ । ଚାଲିଗଲା ୨ ଜୀବନ । ଅଧିକ ପଢ଼ନ୍ତୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୁଳସୀପଲ୍ଲୀ ଗାଁ ନିକଟରେ ସିରିଜ ଦୁର୍ଘଟଣା । ଦୁଇ ବାଇକକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ୨ ମୃତକ ହେଲେ ଗୋଲାପଡା ଗ୍ରାମର ଭୋଳା ପ୍ରଧାନ ଓ କଣ୍ଟାଡୋର ଗାଁର ଲୋକନାଥ ସ୍ୱାଇଁ । ଗୁରୁତରମାନେ ହେଲେ ବାଉଁଶଲୁଣ୍ଡି ଗ୍ରାମର ଅଭିନାଶ ପ୍ରଧାନ, ନେତ୍ରାନନ୍ଦ ସାହୁ, ଚନ୍ଦନ ନାୟକ ।

ସୂଚନାମୁତାବକ ଭଞ୍ଜନଗର ପଟୁ ଦଶପଲ୍ଲା ଯାଉଥିବା ଏକ ଟ୍ରକ ଦୁଇ ବାଇକକୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଆହତ ହୋଇ ତଳେ ପଡିରହିଥିଲେ । ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୁରୁତରମାନଙ୍କ ଚିକିତ୍ସା ମେଡିକାଲରେ ଚାଲିଥିବା ବେଳେ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସେହିପରି ଆଜି ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ତଳସାଙ୍କେଶ ଗାଁ ନିକଟରେ ଏକ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ୧୮ ଜଣ ମହିଳା ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ରାୟଗଡ଼ା ଅଭିମୁଖେ ଯାଉଥିଲେ । ୩୨୬ ଜାତୀୟ ରାଜପଥ ସାଙ୍କେଶ ନିକଟର ହଠାତ ଚାଳକ ଜଣକ ଭାରସାମ୍ୟ ହରାଇଥିଲେ । ଫଳରେ ଅଟୋ ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଅଟୋରେ ୧୮ ଜଣ ଲୋକେ ଥିବାରୁ ଶ୍ବାସରୁଦ୍ଧ ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଖବରପାଇ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ମେଡିକାଲରେ ପହଞ୍ଚିଥିଲେ । ସେଠାରେ ସମସ୍ତ ଆହତଙ୍କ ସହିତ ଆଲୋଚନା କରିବା ପରେ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ରାୟଗଡ଼ା ଜିଲ୍ଲା କିଆପାଢୁ ଗାଁର ତୁଳସୀ ମିଣିଆକା ବୋଲି ଜଣାପଡ଼ିଛି ।

ସେହିପରି ଆଜି କେନ୍ଦୁଝର ଜିଲ୍ଲାସ୍ଥିତ ପଣ୍ଡାପଡା ଥାନା ଅନ୍ତର୍ଗତ ଉକୁଚାବେଡାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନିକଟସ୍ଥ ଉକୁଚାବେଡାରେ ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନାରୁ ଜଣାପଡ଼ିଛି ।

ଆଜି ସକାଳୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼କମଣ୍ଡରା ଗ୍ରାମର କିଛି ଲୋକ ସୋଲା ବିକିବାକୁ କେନ୍ଦୁଝର ସହରକୁ ଆସିଥିଲେ । ସୋଲା ଗଛ ବିକି ସାରି କେନ୍ଦୁଝର ସହରରୁ ଗ୍ରାମକୁ ଏକ ଅଟୋ ଯୋଗେ ଫେରୁଥିଲେ । ଫେରିବା ସମୟରେ ସ୍ଥାନୀୟ ଉକୁଚାବେଡାରେ ଏକ ପିକ୍‌-ଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.