ETV Bharat / state

୫ଟି ସଚିବଙ୍କ ହିଞ୍ଜିଳିକାଟୁ-ଶେରଗଡ ବ୍ଲକ ଗସ୍ତ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : May 8, 2023, 9:50 AM IST

vk pandian visited hinjili and sheragada
vk pandian visited hinjili and sheragada

୫ଟି ସଚିବଙ୍କ ଗଞ୍ଜାମର ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ୍ ଗସ୍ତ । ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ । ଅଧିକ ପଢନ୍ତୁ

vk pandian visited hinjili and sheragada

ବ୍ରହ୍ମପୁର: ଦିନିକିଆ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଗସ୍ତରେ ଆସିଥିଲେ 5ଟି ସଚିବ ଭିକେ ପାଣ୍ଡିଆନ । ଗତକାଲି(ରବିବାର) ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଥିଲେ । ଏହି ଗସ୍ତରେ ମନ୍ଦିର, ବିଦ୍ୟାଳୟ ଓ ମହାଦିବ୍ୟାଳୟ ଗସ୍ତ କରିଥିଲେ 5ଟି ସଚିବ ।

ଶ୍ୟାମଳାଇ ମନ୍ଦିର ଯାଇଥିଲେ ୫ଟି ସଚିବ: ପାଣ୍ଡିଆନ୍ ସର୍ବପ୍ରଥମେ ହିଞ୍ଜିଳିକାଟୁ ବ୍ଲକର ଅନ୍ତର୍ଗତ ବୁରୁପଡା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ୟାମଳାଇ ମନ୍ଦିରରେ ପହଞ୍ଚି ମା'ଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହାସହ ମନ୍ଦିରର ଉନ୍ନୟନ କମିଟି ସଭ୍ୟଙ୍କ ସହ ଆଲୋଚନା କରି ଏହାର ଉନ୍ନତି ଦିଗରେ ଆବଶ୍ୟକୀୟ ଡିପିଆର୍ ପ୍ରସ୍ତୁତ କରିବା ନେଇ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୬ ମାସ ମଧ୍ୟରେ କମିଟିର ଆବଶ୍ୟକତା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରୂପାନ୍ତରିତ କରଣ କାର୍ଯ୍ୟ ଶେଷ କରିବାକୁ ଜଣାଇଥିଲେ । ବୁରୁପଡା ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ଏବଂ ଗ୍ରାମ୍ୟ ଲୋକଙ୍କ ସହିତ ଗ୍ରାମ ପଞ୍ଚାୟତର ଉନ୍ନତିକଳ୍ପେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ପରେ ଶେରଗଡ ବ୍ଲକ, ପିତ୍ତଳ ଗ୍ରାମ ପଞ୍ଚାୟତର ଉତ୍ତରେଶ୍ବର ମନ୍ଦିର, ଜଗନ୍ନାଥ ମନ୍ଦିର, ପିତ୍ତଳର କରଞ୍ଜାଇ ମନ୍ଦିର, କରଡାକଣା ସ୍ଥିତ ଜଗନ୍ନାଥ ମନ୍ଦିର, ଧବଳପୁର ସ୍ଥିତ ଝିଙ୍କାରିଆ ଶୈବ ମନ୍ଦିର, ଗୋଠଗାଁ ସ୍ଥିତ ହନୁମାନ ମନ୍ଦିର, ଅଲାରିଗଡ ସ୍ଥିତ ଜଗନ୍ନାଥ ମନ୍ଦିର, କୁରେଇଶୁଣୀ ମନ୍ଦିର ଓ ଘୋଡେଇଶୁଣୀ ମନ୍ଦିର, ଗଣ୍ଡଳା ସ୍ଥିତ ଗୋପୀନାଥ ମନ୍ଦିର, ଇଶାଣେଶ୍ବର ମନ୍ଦିର ପ୍ରଭୃତି ଗସ୍ତ କରି କରିଥିଲେ । ସମସ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମ୍ୟ ଲୋକଙ୍କ ସହିତ ଆଲୋଚନା କରି ମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ ଏବଂ ମନ୍ଦିରର ରୂପାନ୍ତରୀତ କାର୍ଯ୍ୟ ଗୁଡିକ ତ୍ବରାନ୍ବିତ କରିବା ନେଇ ଡିପିଆର୍ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିଦ୍ୟାଳୟ-ମହାବିଦ୍ୟାଳୟ ପରିଦର୍ଶନ: ସେହିପରି ଉତ୍ତରେଶ୍ବର ମନ୍ଦିର ବୁଣାକାର ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କୁଶଳୀ କାରିଗରମାନଙ୍କ ଦକ୍ଷତା ବୃଦ୍ଧି, ସେମାନଙ୍କ ଜୀବନ ଜୀବିକାର ଉନ୍ନତି ଓ ବସ୍ତ୍ରର ବିକ୍ରିବଟା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପିତ୍ତଳ ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଶେରଗଡ ସ୍ଥିତ ଆଇ.ଟି.ଆଇ ଏବଂ ଯୁକ୍ତ ଦୁଇ ମହାବିଦ୍ୟାଳୟ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ, ଶାସନ ଆମ୍ବ ଗାଁ ଓଡିଶା ଆଦର୍ଶ ମହାବିଦ୍ୟାଳୟ, ବେଲଗାଁ ସ୍ଥିତ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ପ୍ରଭୃତି ଗସ୍ତ କରିଥିଲେ । ଏହାସହ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ଶିକ୍ଷାର ଉନ୍ନତିକଳ୍ପେ କୋଠାଗୃହ, ଇ-ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀଗୃହ, ସୌନ୍ଦର୍ଯ୍ୟୀକରଣ ଇତ୍ୟାଦି ସହିତ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ମାନ କିଭଳି ଉନ୍ନତ ହେବ ସେ ଦିଗରେ ସମସ୍ତ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।


ସହାୟକ ଗୋଷ୍ଠୀକୁ ପ୍ରଶଂସା କଲେ: ହି ଅବସରରେ ଥୁରୁବୁରାଇ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଛାଇ, ତହଁର, ଗୋଠଗାଁ, ପିତ୍ତଳ, ଗୋବିନ୍ଦପୁର, ନରେନ୍ଦ୍ରପୁର ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଖି ଖୁସି ପ୍ରକଟ କରିବା ସହିତ ସେମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ । ଜୋନ୍ ୫୮ର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କିଭଳି ଜିଲ୍ଲା ଓ ରାଜ୍ୟ ସ୍ତରରେ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ, ଡିପିସି ମିଶନ୍ ଶକ୍ତି, ଜିଲ୍ଲା ଯୋଜନା ପରିଚାଳକ, ଓଡିଶା ଜୀବନ ଜୀବିକା ମିଶନଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଠାରେ ମୋ ହସ୍ପିଟାଲ, ବ୍ଲକ୍ କାର୍ଯ୍ୟାଳୟ, ମିଶନ୍ ଶକ୍ତି କେଫ୍, ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା ଏବଂ ଅଗ୍ରଗତିର ତଦାରଖ କରିଥିଲେ ।

ଶେରଗଡ ଠାରେ ଚାଲିଥିବା ବସଷ୍ଟାଣ୍ଡର କାର୍ଯ୍ୟ ସମୀକ୍ଷା କରିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପନ କରିବା ପାଇଁ ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନନ୍ଦିକ ଗ୍ରାମ ପଞ୍ଚାୟତର କଳାଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ନନ୍ଦିକ ଛକର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବୁଲି ଦେଖିଥିଲେ କରିଥିଲେ ।

ସେହିଭଳି ଜୋନ୍ ୫୭ ଧନନ୍ତରା ଗ୍ରାମ ପଞ୍ଚାୟତର ଅଲାରିଗଡ, କୁର୍ଲା, ଡେଙ୍ଗାପଦର, ଧବଳପୁର, କୃଷ୍ଣଛାଇ, ତାକରଡା ଜୋନ୍-୬୭ର ସାରୁ ଗ୍ରାମ ପଞ୍ଚାୟତର କଞ୍ଚୁରୁ, ପୋଚିଲିମା, ବଡଖଣ୍ଡି, ବୁରୁପଡା, ମକରଝୋଳ, ଜୋନ୍ ୬୮ ଦାରୁଭଦ୍ର ଗ୍ରାମ ପଞ୍ଚାୟତ ସ୍ଥିତ ଖରିଡା, ଚାନ୍ଦୁଲି, ଦାରୁଭଦ୍ର, ନନ୍ଦିକ, ରାଳବ, ଶାସନ ଆମ୍ବଗାଁ, ସିକିରି ଏବଂ ଜୋନ୍ ୬୯ ର ସାହାପୁର ଗ୍ରାମ ପଞ୍ଚାୟତର ଗଣ୍ଡଳା, ଦୟାପଲ୍ଲୀ, ଦୁର୍ବନ୍ଧ, ଧୋବାଡି, ପୁଟିଆ ପଦର, ବେଲଗାଁ, ଭାବନ୍ଧ, ସାହାପୁର ଅଞ୍ଚଳର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଂପୃକ୍ତ ସ୍ଥାନ ମାନଙ୍କରେ ଚାଲିଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମ୍ୟ ପାର୍କ, ମିନି ଷ୍ଟାଡିୟମ୍, ଆଧୁନିକ ଟ୍ୟାଙ୍କ, ଗ୍ରାମ ପଞ୍ଚାୟତ ପାଠାଗାର, ମିଶନ୍ ଶକ୍ତି ଗୃହର ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ୫ଟି ସଚିବଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.