ETV Bharat / state

ଟ୍ରେନରୁ ଖସି ଗୁରୁତର ହୋଇଥିଲେ ଯୁବକ, ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ୫ଟି ସଚିବ

author img

By

Published : May 4, 2023, 1:26 PM IST

5t secretary vk pandian provide assistance
5t secretary vk pandian provide assistance

ଟ୍ରେନରୁ ଖସି ଗୁରୁତର ହୋଇଥିଲେ ଯୁବକ । ଖବର ପାଇ ହସ୍ପିଟାଲରେ ପହଞ୍ଚି ସହାୟତା ପ୍ରଦାନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲେ ଯୁବକ । ଟ୍ରେନରୁ ଓହ୍ଲାଇବା ସମୟରେ ପଡିଯିବା ଯୋଗୁଁ କଟିଗଲା ହାତ । ଉକ୍ତ ଯୁବକ ହେଲେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି । ତେବେ ରତ୍ନାକରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଅର୍ଥ ଅଭାବ ସହିତ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଦେବଦୂତ ସାଜିଥିଲେ ପାଣ୍ଡିଆନ । ହସ୍ପିଟାଲରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ ।

ଘଟଣା ରହିଥିଲା ଏପରି: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିବା ବେଳେ ସେ ଓହ୍ଲାଇବା ସମୟରେ ପଡିଯିବା ଯୋଗୁଁ ଟ୍ରେନରେ ତାଙ୍କ ହାତ କଟିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଇ.ସି.ୟୁ ବେଡର ଅଭାବ ରହିଥିଲା । ଏଭଳି ସମୟରେ ହସ୍ପିଟାଲ ଡାକ୍ତର ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ତୁରନ୍ତ ଆଇ.ସି.ୟୁ ବ୍ୟବସ୍ଥା ନହେଲେ ବଞ୍ଚିବା ଅସମ୍ଭବ ହୋଇଯିବ ବୋଲି କହିଥିଲେ । ଗୋଟିଏ ପଟେ ଅର୍ଥର ଅଭାବ ରହିଥିବା ବେଳେ ଡାକ୍ତରଙ୍କ ଏଭଳି କଥା ଶୁଣି ପରିବାର ଉପରେ ଦୁଃଖର ବ୍ରଜ ପ୍ରହାର ପଡିଲା ଭଳି ଲାଗିଥିଲା ।

ଆଉ ଏହି ସମୟରେ ଖବର ପାଇ ବ୍ରହ୍ମପୁରର ଯୁବ ସମାଜସେବୀ ପ୍ରବୀର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍ କରି ଏହି ଘଟଣା ବିଷୟରେ ଅବଗତ କରାଇଥିଲେ । ଖବରପାଇ ପାଣ୍ଡିଆନ ସଙ୍ଗେସଙ୍ଗେ ହସ୍ପିଟାଲରେ ପହଞ୍ଚି ଯାଇଥିଲେ । ୫ଟି ସଚିବ ପାଣ୍ଡିଆନ ଏହାକୁ ଗୁରୁତ୍ବର ଭାବେ ନେବା ସହିତ ତୁରନ୍ତ ସେହି ବ୍ୟକ୍ତିଙ୍କୁ BSKYରେ ମାଗଣା ଚିକିତ୍ସାସେବା ସମ୍ ହସପିଟାଲରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ତୁରନ୍ତ ଉକ୍ତ ବ୍ୟକ୍ତି କିପରି ହସ୍ପିଟାଲକୁ ଆସିପାରିବ ତାହାର ତଦାରଖ କରିବା ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ 10 ମିନିଟ ମଧ୍ୟରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁରୁତରଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇ ବିନା ଅର୍ଥରେ ସାହାଯ୍ୟ ଯୋଗାଇ ଦିଆଯାଇଥିଲା ।

5T ସଚିବଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା । ତେଣୁ ବିଭିନ୍ନ ମହଲରୁ ପାଣ୍ଡିଆନଙ୍କୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପରିବାର ଲୋକ ବି 5t ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.