ETV Bharat / state

କିଏ ଶୁଣିବ ଜନ ପ୍ରତିନିଧୀଙ୍କ ଦୁଃଖ: ନାହିଁ ମୁଣ୍ଡ ଗୁଞ୍ଜିବାକୁ ଛାତ, ସରକାରୀ ସାହାଯ୍ୟ ଅପେକ୍ଷାରେ ୱାର୍ଡମେମ୍ବର

author img

By ETV Bharat Odisha Team

Published : Oct 26, 2023, 8:23 PM IST

ଲଗାଣ ବର୍ଷା ଧୋଇ ନେଲା ସାରି ଗାଁର ବାବିଲା ଭୂୟାଁଙ୍କ ଘର
ଲଗାଣ ବର୍ଷା ଧୋଇ ନେଲା ସାରି ଗାଁର ବାବିଲା ଭୂୟାଁଙ୍କ ଘର

ଲଗାଣ ବର୍ଷା ଧୋଇ ନେଲା ସାରି ଗାଁର ବାବିଲା ଭୂୟାଁଙ୍କ ଘର । କରିଦେଲା ପୂରା ପରିବାରକୁ ବାସହରା । ସଞ୍ଚିତ ଅର୍ଥରେ କରିଥିବା ଘରଖଣ୍ଡକ ବି ମାଟିରେ ମିଶିଗଲା । ସରକାରୀ ସାହାଯ ଅପେକ୍ଷାରେ ପରିବାର । ଅଧିକ ପଢନ୍ତୁ

ଲଗାଣ ବର୍ଷା ଧୋଇ ନେଲା ସାରି ଗାଁର ବାବିଲା ଭୂୟାଁଙ୍କ ଘର

ପାରଳାଖେମୁଣ୍ଡି: ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଅନ୍ୟତମ ଦୁର୍ଗମ ତଥା ପାହାଡିଆ ବ୍ଲକ ଗୁମ୍ମା । ଏହି ଅଞ୍ଚଳରେ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ତେବେ ଲଗାଣ ବର୍ଷାରେ ଗାଁ ଗୁମ୍ମା ବ୍ଲକର ଉଖୁରା ପଞ୍ଚାୟତ ସାରି ଗାଁର ବାବିଲା ଭୂୟାଁଙ୍କ ଘର ସମ୍ପୂର୍ଣ୍ଣ ଭୂଶୁଡି ପଡିଛି । ବାବିଲା ୧୧ ନମ୍ୱର ୱାର୍ଡର ୱାର୍ଡମେମ୍ବର ହୋଇଥିଲେ ବି ଘର ଭାଙ୍ଗି 2 ମାସ ହୋଇଯାଇଥିଲେ ବି ପ୍ରଶାସନ ତାଙ୍କୁ ସାହାଯ୍ୟ ଯୋଗାଇ ଦେଇନଥିବା ଅଭିଯୋଗ କରିଛନ୍ତି । ଦାରିଦ୍ରତା ଉପରେ ଦଇବର କଷଣ ତାଙ୍କୁ ହନ୍ତସନ୍ତ କରିଛି । ସ୍ଵାମୀ ଓ ପିଲାମାନେ ଦାଦନ ଖଟିବାକୁ ବାହାର ରାଜ୍ୟରେ ରୁହନ୍ତି, କୁଲି କାମ କଲେ ଘର ଚଲେ । ଏବେ ମୁଣ୍ତ ଟିକେ ଗୁଞ୍ଜିବା ପାଇଁ ବାରଦାଣ୍ତ ଷୁଣ୍ଢିପିଣ୍ତା ହେଉଛନ୍ତି ବାବିଲା ।

ବାବିଲା ଭୂୟାଁ କହିଛନ୍ତି, ‘‘ଦୀର୍ଘ ଦୁଇ ମାସ ଧରି ଘର ଖଣ୍ଡକ ବର୍ଷାରେ ଧୋଇ ହୋଇଯାଇଛି । ସ୍ବାମୀ ଓ ପିଲା ଦାଦନ ଖଟିବା ପାଇଁ ବାହାର ରାଜ୍ୟରେ କାମ କରୁଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ସ୍ଥାନ ନାହିଁ । ବିଷଧର ଘରେ ପଶିଯାଉଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଠୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରୀ କରି ଥକି ପଡିଛି । ହେଲେ ପ୍ରଶାସନ ସାହାଯ୍ୟ କିଛି କର୍ଣ୍ଣପାତ କରୁ ନାହିଁ ।’’


ସାରିଗାଁର ଗ୍ରାମବାସୀ କହିଛନ୍ତି, ‘‘ଗ୍ରାମର ୱାର୍ଡ ମେମ୍ବର ହୋଇ ମଧ୍ୟ ସରକାର ତାଙ୍କ ସମସ୍ୟାକୁ କର୍ଣ୍ଣପାତ କରୁ ନାହାଁନ୍ତି । ଜନ ପ୍ରତିନିଧି ସାଧାରଣ ଲୋକଙ୍କ ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାନ କରୁଥିବା ବେଳେ ତା‘ର ସମସ୍ୟା ପ୍ରଶାସନ ଶୁଣୁନାହିଁ । ଆଦିବାସୀ ମହିଳାଙ୍କ ନିକଟରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସରକାରୀ ସୁବିଧା ପହଞ୍ଚୁ ନାହିଁ । ବାବିଲା ଦୀର୍ଘ ସମୟ ହେଲାଣି ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ତାଙ୍କୁ ଗ୍ରାମବାସି ମାନେ ସାହାଯ୍ୟ କରୁଛନ୍ତି । ତେବେ ଯଥାଶୀଘ୍ର ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଦିବ୍ୟଜିତ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଗୁମ୍ମା ବିଡ଼ିଓ ଅନୁପ ଅଭିଷେକ ବେହେରା କହିଛନ୍ତି, ‘‘ଏହି ଘଟଣା ନେଇ ସେ ତହସିଲଦାରଙ୍କ ସହ ଫୋନରେ ଯୋଗାଯୋଗ କରିଛନ୍ତି । ତୁରନ୍ତ କ୍ଷତି ପୂରଣ ବ୍ୟବସ୍ଥା କରାଯିବ । ଏହାସହ ଆଗମୀ ଦିନ ରେ ସମ୍ପୂର୍ଣ୍ଣ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ ।’’ ଜନ ପ୍ରିତିନିଧି ଲୋକଙ୍କ ସମସ୍ୟା ପାଇଁ ଲଢୁଥିବା ବେଳେ ଏବେ ତାଙ୍କ ସମସ୍ୟା କେବେ ସମାଧାନ ହେବ ଦେଖିବାକୁ ବାକି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.