ETV Bharat / state

ଆନ୍ଧ୍ରପ୍ରଦେଶକୁ ସ୍ପର୍ଶ କରିଛି ସୀମାନ୍ତ ଗଜପତିର 65ଟି ମୌଜା

author img

By

Published : Feb 19, 2021, 9:46 PM IST

utkal-sammilani-press-meet-in-gajapati
ଗଜପତି ଜିଲ୍ଲା ଦକ୍ଷିଣାଞ୍ଚଳରେ ଥିବା 65ଟି ମୌଜା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସହ ଜଡିତ

ସୀମାନ୍ତ ଗଜପତି ଜିଲ୍ଲାର ଦକ୍ଷିଣାଞ୍ଚଳରେ ଥିବା 65ଟି ମୌଜା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମକୁ ସ୍ପର୍ଶ କରିଛି । ଏଥି ମଧ୍ୟରୁ ଅଧିକାଶଂ ମୌଜା ସୀମା ବିବାଦୀୟ ଥିବା ବେଳେ ସରକାରୀ ଭାବେ କିନ୍ତୁ ମାତ୍ର 2ଟି ମୌଜା ବିବାଦୀୟ ବୋଲି ଦର୍ଶାଯାଉଛି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: ସୀମାନ୍ତ ଗଜପତି ଜିଲ୍ଲାର ଦକ୍ଷିଣାଞ୍ଚଳରେ ଥିବା 65ଟି ମୌଜା ମନ୍ଦିରର ଉନ୍ନତିକରଣ ଶ୍ରୀକାକୁଲମକୁ ସ୍ପର୍ଶ କରିଛି । ଏଥି ମଧ୍ୟରୁ ଅଧିକାଶଂ ମୌଜା ସୀମା ବିବାଦୀୟ ଥିବା ବେଳେ ସରକାରୀ ଭାବେ କିନ୍ତୁ ମାତ୍ର 2ଟି ମୌଜା ବିବାଦୀୟ ବୋଲି ଦର୍ଶାଯାଉଛି । ଏହି ସମସ୍ତ ବିବାଦୀୟ ମୌଜା ଓଡିଶାର । ତେଣୁ ଏସବୁର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛି ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ହିତୈଷିଣି ସମାଜ ।

ଗଜପତି ଜିଲ୍ଲା ଦକ୍ଷିଣାଞ୍ଚଳରେ ଥିବା 65ଟି ମୌଜା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସହ ଜଡିତ

ଉତ୍କଳ ହିତୈଷିଣି ସମାଜ ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଆଜି ଏକ ସାମ୍ବାଦୀକ ସମ୍ମିଳନୀ ମାଧ୍ୟମରେ ଏହି ଦାବୀ କରିଛନ୍ତି । କାଶୀନଗର ତହସିଲର ହାଡୁଭାଙ୍ଗି ମୌଜାର ଖାତ ନଂ 82 ଏବଂ ପ୍ଳଟ ନଂ 813ରେ ଆନ୍ଧ୍ରର ମଣ୍ଡଳ ପରିଷଦ ଉନ୍ନତି ପାଠଶାଳା ରହିଛି । ଯାହା 1974 ମସିହାରୁ ରହିଆସିଛି । ଏହା ଏକ ରଇତ ଜମି ହୋଇଥିବା ବେଳେ ଏହାର ମାଲିକାନା ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନାମରେ ରହିଛି । ତଥାପି ଏହା ଉପରେ ଆନ୍ଧ୍ର ପ୍ରଦେଶ ସ୍କୁଲ ନିର୍ମାଣ କରିବା ଓଡିଶା ସ୍ବାଭିମାନ ପ୍ରତି କୁଠାରାଘାତ ବୋଲି ସେ କହିଛନ୍ତି । ସେହିଭଳି ରାୟଗଡ ବ୍ଳକର ଗଙ୍ଗାବାଡ ସୀମାରେ ନିର୍ମିତ କଳିଙ୍ଗଦଳା ପ୍ରକଳ୍ପକୁ ନେଇ 1991-92 ମସିହାରେ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶ ମୁହାଁ ମୁହିଁ ହୋଇଥିଲେ । ଯାହାର ସମାଧାନ ପାଇଁ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ସହ ଆଲୋଚନା କରି ଅସ୍ଥାୟୀ ଭାବେ ସମସ୍ୟାର ସମାଧାନ କରିଥିଲେ । ଏହି ମାମଲା କୋର୍ଟରେ ବିଚରାଧୀନ ଥିବାରୁ କୋର୍ଟଙ୍କ ରାୟ ସର୍ବମାନ୍ୟ ହେବ ବୋଲି ଦର୍ଶାଯାଇଥିଲା । ତେବେ ବର୍ତମାନ ଏହା କେଉଁ ସ୍ଥିତିରେ ରହିଛି ତାହା ସରକାର ପ୍ରକାଶ କରିବା ଆବଶ୍ୟକତା ରହିଥିବା ସେ କହିଛନ୍ତି ।

ସେହିପରି ଜଳଆବଣ୍ଟନ ନିତି ଅନୁସାରେ ଆନ୍ଧ୍ର ଯେଉଁ ଦେୟ ଓଡିଶାକୁ ଦେବା କଥା ତାହା ଦୀର୍ଘବର୍ଷ ହେଲା ପ୍ରଦାନ କରିନାହିଁ । ତେଣୁ ଏହାକୁ ଆଦାୟ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରାଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.