ETV Bharat / state

ପୋଷ୍ୟ ସନ୍ତାନ ଭାବେ ଶିଶୁକୁ କୋଳେଇ ନେଲେ ସୁନ୍ଦରଗଡ଼ ଦମ୍ପତ୍ତି

author img

By

Published : Feb 2, 2021, 8:34 AM IST

ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର
ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର

ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 21 ତମ ଶିଶୁକୁ ପୋଷ୍ୟ ସନ୍ତାନ ଭାବରେ କୋଳେଇ ନେଲେ ସୁନ୍ଦରଗଡ଼ର ଜଣେ ଦମ୍ପତ୍ତି । ଅଧିକ ପଢନ୍ତୁ...

ଗଜପତି: ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଜଣେ ଶିଶୁକୁ ସୁନ୍ଦରଗଡର ଜଣେ ଦମ୍ପତ୍ତି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଅନୁପାମ ଶାହାଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି ।

କୋରୋନାର ଲକଡାଉନ ଓ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସୋମାନଙ୍କ ଯତ୍ନ ଏ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମରେ ରଖାଯାଇଥିଲା । ସେମାନଙ୍କୁ ପୌଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ କରାଯାଇଥିଲା ।

ପିଲାଟିକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଅନଲାଇନରେ ଦରଖାସ୍ତ ଦେଇଥିଲେ । କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ଅନୁମୋଦନ ପରେ ଶିଶୁଟିକୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ସ୍ଥିର କରିଥିଲେ । ଏହା ପରେ ସମସ୍ତ ଆବଶ୍ୟକୀୟ ପ୍ରମାଣ ପତ୍ରର ଯାଞ୍ଚ କରାଯାଇ ଶିଶୁଟିକୁ ସୁନ୍ଦରଗଡର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଶିଶୁଟିକୁ ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ଶିଶୁ ମଙ୍ଗଳ ସମିତି ସଭ୍ୟା ଅଳକା ସାହୁ, ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.