ETV Bharat / state

ଚାଲିଛି ଗଜପତି ମହୋତ୍ସବ, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସେଲ୍ଫି ପଏଣ୍ଟ

author img

By

Published : Jan 22, 2023, 10:41 AM IST

Selfie point attraction in Gajapati Mahostav
ଗଜପତି ମହୋତ୍ସବରେ ସେଲ୍ଫି ପଏଣ୍ଟ ଟ୍ରେନ

ଚାଲିଛି ଗଜପତି ମହୋତ୍ସବ । ମହୋତ୍ସବରେ ଜମୁଛି ଦର୍ଶକଙ୍କ ଖଚାଖଚ ଭିଡ଼ । ଆକର୍ଷଣ କରୁଛି ସେଲ୍ଫି ପଏଣ୍ଟ । ଅଧିକ ପଢ଼ନ୍ତୁ

ଗଜପତି ମହୋତ୍ସବରେ ସେଲ୍ଫି ପଏଣ୍ଟ ଟ୍ରେନ

ଗଜପତି: କୋରୋନା କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ଧରି ବନ୍ଦ ରହିଥିବା ଗଜପତି ଉତ୍ସବ ଚଳିତ ବର୍ଷ ଅନୁଷ୍ଠିତ ହେଉଛି । ତେଣୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହୋଇଛି । ତେବେ ଲୋକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି ଉତ୍ସବ କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସେଲ୍ଫି ପଏଣ୍ଟ । ପୁରୁଣା ଟ୍ରେନ୍ ଇଞ୍ଜିନର ପ୍ରତିକୃତିକୁ ପ୍ରସ୍ତୁତ କରାଯାଇ ସେଲ୍ଫି ପଏଣ୍ଟରେ ରଖାଯାଇଛି । ଯାହା ଲୋକଙ୍କୁ ଖୁବ୍ ଆକର୍ଷିତ କରୁଛି ।

ଅନ୍ୟପକ୍ଷରେ ଉତ୍ସବରେ ପରିବେଷଣ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଲୋକଙ୍କୁ ବେଶ୍ ଆତ୍କୃଷ୍ଟ କରୁଛି । ସେହିପରି ଏଠାରେ ଆୟୋଜିତ ହୋଇଥିବା ପଲ୍ଲିଶ୍ରୀ ମେଳାରେ ମଧ୍ୟ ଲୋକଙ୍କ ଖଚାଖଚ ଭିଡ଼ ହେଉଛି । ଏଠାରେ ବିକ୍ରି ହେଉଥିବା ବିଭିନ୍ନ ଜିନିଷପତ୍ର ଖୁବ ଲୋଭନୀୟ ରହିଛି । ଏହାରି ମଧ୍ୟରେ ଲୋକଙ୍କୁ ଅଧିକ ପାଖକୁ ଟାଣୁଛି ଉତ୍ସବ କମିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସେଲ୍ଫି ପଏଣ୍ଟ ।

ପୁରୁଣା ଟ୍ରେନ୍ ଇଞ୍ଜିନର ପ୍ରତିକୃତିକୁ ପ୍ରସ୍ତୁତ କରାଯାଇ ସେଲ୍ଫି ପଏଣ୍ଟରେ ରଖାଯାଇଛି । ଯାହା ନିକଟରେ ଦିନତମାମ ଲୋକଙ୍କର ଭିଡ ଜମୁଛି । ଆଜିର ଯୁବପୀଢି଼ ଏହି ପ୍ରତିକୃତି ନିକଟରେ ନିଜର ସେଲ୍ଫି ଉଠାଉଛନ୍ତି । ଏହାସହ ଏହାକୁ ଦେଖି ପାରଳାଖେମୁଣ୍ଡି ରେଳପଥ ଏବଂ ରେଳ ଇଞ୍ଜିନ୍ ସମ୍ପର୍କରେ ଜାଣିବାକୁ ପ୍ରୟାସ କରୁଛନ୍ତି । ଏହାର ଇତିହାସ ଏବଂ ପାରଳା ମହାରାଜାଙ୍କ ଅବଦାନ ସମ୍ପର୍କରେ ଜାଣି ଖୁସି ପ୍ରକାଶ କରୁଛନ୍ତି । ତେଣୁ ଯୁବପୀଢ଼ି ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।

ପାରଳାଖେମୁଣ୍ଡି ରେଳ ସେବା, ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡିଶା ଗଠନର ସ୍ମୃତି ବହନ କରେ । ନୌପଡା-ଗୁଣପୁର ରେଳପଥ ବ୍ରଡଗେଜ୍ ହେବା ଯାଏଁ ନୋରୋଗେଜ ରେଳ ଚଳାଚଳ କରୁଥିଲା । ପାରଳା ମହାରାଜାଙ୍କ ଦ୍ବାରା ନିର୍ମ।ଣ ହୋଇଥିବା ଏହି ରେଳ ପଥରେ ପ୍ରଥମେ କୋଇଲା ଏବଂ ପରେ ଡିଜେଲ୍ ଇଞ୍ଜିନ ସାହାଯ୍ୟରେ ଚଳାଚଳ କରୁଥିଲା । ବ୍ରଡଗେଜ ହେବାପରେ ସେତେବେଳେ ବ୍ୟବହାର ହେଉଥିବା ଇଞ୍ଜିନଟିକୁ ବିଶାଖାପାଟଣା ଡିଆରଏମଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଥିଲା । ଏହାକୁ ପାରଳାଖେମୁଣ୍ଡିକୁ ଅଣାଯାଇ ନବନିର୍ମିତ ଷ୍ଟେସନରେ ସ୍ମାରକୀ ଭାବେ ରଖିବାକୁ ବାରମ୍ବାର ଦାବି ହୋଇ ଆସିଛି । ହେଲେ ତାହା ଆଜି ଯାଏଁ ହୋଇପାରିନାହିଁ ।

ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଚଳିତବର୍ଷ ଗଜପତି ଉତ୍ସବରେ ସେହି ପୁରୁଣା ଇଞ୍ଜିନର ଏକ ପ୍ରତିକୃତି ନିର୍ମାଣ କରାଯାଇ ଏହାକୁ ସେଲ୍ଫି ପଏଣ୍ଟ କରାଯାଇଛି । ଉତ୍ସବ ବୁଲିବାକୁ ଆସୁଥିବା ଲୋକେ ଏହି ସ୍ଥାନରେ ସେଲ୍ଫି ଉଠାଇବା ସହ କିଛି ସମୟ ଅଟକି ରହି ପୁରୁଣା ଦିନର ସ୍ମୃତିକୁ ମନେ ପକାଉଛନ୍ତି । ଏପରିକି କିଛି ଲୋକେ ଏହି ଠାରେ ସେଲ୍ଫି ଉଠାଇବାକୁ ଆସି ଉତ୍ସବ ଦେଖୁଛନ୍ତି । ତେଣୁ ପ୍ରଶାସନର ଏଭଳି ଉଦ୍ୟମକୁ ବୁଦ୍ଧିଜୀବୀମାନେ ସ୍ବାଗତ କରିବା ସହ ଏଭଳି କରିବା ନିଶ୍ଚିତ ଭାବେ ଲୋକଙ୍କ ପୁରୁଣା ସ୍ମୃତିକୁ ଜାଗ୍ରତ କରିଥିବା କହିଛନ୍ତି ।

ହଜି ଯାଉଥିବା କଳା ଓ ସଂସ୍କୃତିକୁ ବଜାୟ ରଖିବା ସହ ପ୍ରଚାର ପ୍ରସାର କରିବା ଗଜପତି ଉତ୍ସବର ମୂଳ ଲକ୍ଷ୍ୟ । ଏଭଳି ଅବସରରେ ପୁରଣା ଦିନର ସୃତିକୁ ଉଜ୍ଜିବୀତ କରିବା ପାଇଁ କରାଯାଇଥିବା ସେଲ୍ଫି ପଏଣ୍ଟ ଉତ୍ସବର ଅନ୍ୟତମ ଆକର୍ଷଣ ପାଲଟିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.