ETV Bharat / state

ଯୁବ ଓ ଛାତ୍ର ବିଜେଡିର ସମାବେଶର ପ୍ରସ୍ତୁତି ପର୍ଯ୍ୟାୟ ଶେଷ

author img

By

Published : Feb 8, 2021, 10:25 PM IST

Preparations for the BJD student and Youth meeting is over in gajapati
ଯୁବ ଓ ଛାତ୍ର ବିଜେଡିର ସମାବେଶର ପ୍ରସ୍ତୁତି ପର୍ଯ୍ୟାୟ ଶେଷ

ଗଜପତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡିର ହେବ ସମାବେଶ। ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକ ପଢ଼ନ୍ତୁ...

ଗଜପତି: ଆସନ୍ତାକାଲି(ମଙ୍ଗଳବାର) ଗଜପତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡିର ହେବ ସମାବେଶ। ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ବିଜେଡିରେ ବହୁ ଟାଣୁଆ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସ୍ଥାନୀୟ ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜ।

ଯୁବ ଓ ଛାତ୍ର ବିଜେଡିର ସମାବେଶର ପ୍ରସ୍ତୁତି ପର୍ଯ୍ୟାୟ ଶେଷ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଜିଲ୍ଲାରେ ଏଭଳି ବିଜେଡି ପକ୍ଷରୁ ସମାବେଶ କରାଯାଉଛି। ଯୁବ ଓ ଛାତ୍ରମାନଙ୍କୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଥିପାଇଁ ଗଜପତି ଜିଲ୍ଲାରେ ମଧ୍ୟ ଏହି ସମାବେଶର ଆୟୋଜନ ହେଉଛି। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭ ହଜାରରୁ ଅଧିକ ଯୁବକ ଯୁବତୀ ଏ ଛାତ୍ରଛାତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଗଜପତି ଜିଲ୍ଲାର ଯୁବ ଓ ଛାତ୍ର ବିଜେଡିର ହେବ ସମାବେଶରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ବିଜେଡି ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ସଭାପତି ଜ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠି, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଯୁବ ବିଜେଡି ସଭାପତି ଏସ.ଲିଙ୍ଗରାଜ। ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସମେତ ଅନ୍ୟାନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.