ETV Bharat / state

ଗୁଣିଗାରେଡି ସନ୍ଦେହରେ ବାରମ୍ବାର ଆକ୍ରମଣ, ପରିବାରକୁ ସୁରକ୍ଷା ଦେଲା ପୋଲିସ

author img

By

Published : Aug 4, 2021, 10:03 AM IST

ଗଜପତିରେ ଗୁଣିଗାରେଡି ସନ୍ଦେହରେ ବାରମ୍ବାର ଆକ୍ରମଣ, ପୋଲିସ ମୁତୟନ
ଗଜପତିରେ ଗୁଣିଗାରେଡି ସନ୍ଦେହରେ ବାରମ୍ବାର ଆକ୍ରମଣ, ପୋଲିସ ମୁତୟନ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗୁଣିଗାରେଡି ସନ୍ଦେହ । ଗୋଟିଏ ପରିବାରକୁ ଗ୍ରାମବାସୀଙ୍କ ବାରମ୍ବାର ଆକ୍ରମଣ । ଘଟଣାସ୍ଥଳରେ ପୋଲିସ ମୁତୟନ । ଅଧିକ ପଢନ୍ତୁ...

ଗଜପତି: ବିଂଶ ଶତାବ୍ଦିରେ ମଧ୍ୟ ଅନ୍ଧ ବିଶ୍ବାସର କଳା ଜାଲରୁ ମୁକୁଳି ପାରୁନାହାନ୍ତି ଲୋକେ । ଆଜି ବି ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ବାସ । ଗାଁର କାହାର କିଛି ସମସ୍ୟା ହେଲେ ଗୁଣିଗାରେଡି ବୋଲି ସନ୍ଦେହ କରିବା ସାଙ୍ଗକୁ ହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି । କେତେକ ସ୍ଥାନରେ ଗୁଣିଗାରେଡି ସନ୍ଦେହର କରୁଣ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସୁବାଷ ନଗରରୁ ଆସିଛି ଆଉ ଏକ ଚିତ୍ର ।

ଗଜପତିରେ ଗୁଣିଗାରେଡି ସନ୍ଦେହରେ ବାରମ୍ବାର ଆକ୍ରମଣ, ପୋଲିସ ମୁତୟନ

ଗତ 31 ତାରିଖରେ ସୁବାଷ ନଗରର ଜଣେ 15 ବର୍ଷିୟା ନାବାଳିକା ନମିତା ଶ୍ରୀରାମ ଅସୁସ୍ଥ ହୋଇପଡିବା ସହ ଗ୍ରାମର ରାଜା ରାଓ ନାଗବଂଶଙ୍କ ଘର ସମ୍ମୁଖକୁ ଯାଇ ଚିତ୍କାର କରିଥିଲା । ଫଳରେ ଲୋକେ ରାଜାରାଓଙ୍କ ପରିବାର ନମିତାଙ୍କୁ ଗୁଣିଆ କରି ହଇରାଣ କରୁଥିବା ସନ୍ଦେହ କରିଥିଲେ । ଏହାପରେ ବିଳମ୍ବିତ ରାତିରେ ସୁବାଷ ନଗରର ଲୋକେ ରାଜାରାଓଙ୍କ ଘରେ ପଶି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଘରର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ଘଟଣା ପରଠୁ ପୋଲିସ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୁଣି ଗତକାଲି(ମଙ୍ଗଳବାର) ମଧ୍ୟାହ୍ନରେ ସାହି ଲୋକେ ରାଜା ରାଓଙ୍କ ଘରେ ପଶି ଟିଭି ଫ୍ରିଜ୍ ଓ ଅନ୍ୟାନ୍ୟ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି । ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ ତଥା ଏସପି ଦାୟିତ୍ଵରେ ଥିବା ବାମଦେବ ସିଂ ଓ ପୋଲିସ ଅଧିକାରୀ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଥମିଥିଲେ । ରାଜା ରାଓଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦିଆଯାଇଥିବା ବାମଦେବ ସିଂ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.